ଗଛରେ ବାଡେଇଲା ବଲେରୋ, ଗୋଟିଏ ପରିବାରର ୭ ଗୁରୁତର 

0

ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତାର ବିଜାଡିହି ଛକଠାରେ  ଭାରସାମ୍ୟ ହରାଇ ଏକ  ବୋଲେରୋ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ ପଦ୍ମପୁର ସହରର କଟାପଡା ନିବାସୀ ସୁରୁ ମହାକୁରଙ୍କ ପରିବାର ଆଜି ବଣଭୋଜି ପାଇଁ ଦୁର୍ଗେଇଖୋଲ ଯାଇଥିଲେ, ସେଠାରୁ ଫେରିବା ସମୟରେ ବିଜାଡିହି ଛକଠାରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି ଫଳରେ ପରିବାରର ସାତଜଣ ଗଭୀର ଆଘାତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ସେମାନଙ୍କୁ ପ୍ରଥମେ ପଦ୍ମପୁର ସରକାରୀ ଡାକ୍ତରଖାନା କୁ ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.