ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ ତନରଡ଼ା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୁଳରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଆର୍ଯ୍ୟକନ୍ୟା ଗୁରୁକୁଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି ଉଦ୍ଘାଟନ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଯୋଗ ଦେଇଥିଲେ I ପାଠ ଚକ୍ରରେ ବିଚାରକ ରୂପେ ବେଲଗୁଣ୍ଠା ବିଜ୍ଞାନ ମହା ବିଦ୍ୟାଳୟର ରାସାୟନିକ ବିଜ୍ଞାନ ଅଧ୍ୟାପକ ଡ଼ଃ. ପ୍ରଦ୍ୟୁମ୍ନ କୁମାର ସାହୁ,ଗଣିତ ଅଧ୍ୟାପକ ଏସ. ରାଜେଶ୍ୱର ପୃଷ୍ଟି ଯୋଗ ଦେଇଥିଲେ I ପାଠଚକ୍ରରେ ବ୍ଲକ ର 24 ଟି ଉଚ୍ଚ ବିଦ୍ୟାଳୟରୁ 21 ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିଥିଲେ I ଏଥିରେ ପ୍ରତାପ ଲକ୍ଷ୍ମଣ ପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ତେଜସ୍ୱିନୀ ପାତ୍ର ପ୍ରଥମ ସ୍ଥାନ,ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଛାତ୍ରୀ ସୁପ୍ରିୟା ନାୟକ ଦ୍ୱିତୀୟ ଏବଂ ଆର୍ଯ୍ୟ କନ୍ୟା ଗୁରୁକୁଳ ଛାତ୍ରୀ ସ୍ମୃତି ରାଣୀ ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ପଣ୍ଡା ଏବଂ ରଶ୍ମିତା କୁମାରୀ ସାହୁ ଉପସ୍ଥିତ ଥିଲେ I ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସେଠି, ସୁଷମା ମହାରଣା,ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ,ଘନଶ୍ୟାମ ବେହେରା, ଅକ୍ଷୟ କୁମାର ଜେନା,ତନୁ ବେହେରା, ଗୀତାଞ୍ଜଳି ମିଶ୍ର,ସନ୍ତୋଷ କୁମାର ସାହୁ,ବିଦ୍ୟାଳୟ କର୍ମଚାରୀ ଅରବିନ୍ଦ କୁମାର ସାହୁ,ସନତ କୁମାର ଗୌଡ଼ ଓ ଅଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ନୂଆଗାଁ ହାଇସ୍କୁଲର ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.