ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଚତୁର୍ଥ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଧାନପୁଞ୍ଜା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚତୁର୍ଥ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା,ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଶିଶିର କୁମାର ସ୍ୱାଇଁ,ଶୀତଳ ପ୍ରସାଦ ଜେନା,ଗଙ୍ଗାଧର ସ୍ଵାଇଁ,ଲିଙ୍ଗରାଜ ସେଠୀ,ଏଫ୍.ଏଲ୍.ଏନ୍ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ,ଆକୁଳ ସାହୁ, ସନିତ ଜେନା, ସୁକାନ୍ତ ବେହେରା ,ଜଗନ୍ନାଥ ପାଇକ, ଅଶୋକ ବେହେରା,ଝାପଲ ମାରାଣ୍ଡି,ମନୋରଞ୍ଜନ ବିଷୋୟୀ,ରାମଚନ୍ଦ୍ର ଗୌଡ଼, ସାଜିସ୍ ପାତ୍ର, ଶିକ୍ଷୟିତ୍ରୀ ଶୁଭାଙ୍ଗିନୀ ସାହୁ,କାଜଲ୍ ପ୍ରଧାନ , ଆରତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ,ଏଫ୍ଏଲ୍ଏନ୍ ଟ୍ରାକର୍,ଶିକ୍ଷଣ ସୋପାନ, ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ,ଟାବଲେଟ୍ ର ବ୍ୟବହାର,ଜାତୀୟ ଉପଲବ୍ଧିଳକ ପରୀକ୍ଷଣ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ବିଦେଶୀ ବାଡତ୍ଯା,ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ,ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଚତୁର୍ଥ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.