ବଲାଙ୍ଗିର: ଆଜି ପୂର୍ବାହ୍ନରେ ବଲାଙ୍ଗିର କନ୍ଧପାଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର୍, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ସିଡ଼ିଏମ୍ଓ ଡଃ. ପ୍ରଦୀପ ଗୁରୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ. ସଂଯୁକ୍ତା ସାହୁ, ରାଜ୍ୟ ଟିବି ଅଫିସର ଡଃ.ପ୍ରଶାନ୍ତ କୁମାର ହୋତା, ରାଜ୍ୟ ଟିବି ସେଲ୍ ଅଧିକାରୀ ଡଃ. ବୀଣାପାଣି ନନ୍ଦ, କନ୍ଧପାଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଚାଳନା ସଂସ୍ଥା ରାଜେନ୍ଦ୍ର ଯୁବକ ସଂଘର କର୍ମକର୍ତ୍ତା ଓ ବହୁ ସରକାରୀ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମହାଲିଙ୍ଗ କହିଛନ୍ତି ଯେ, ୨୦୨୫ ସୁଦ୍ଧା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ସହ ୧୫ ଟି ଜିଲ୍ଲାରେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ବିସିଜି ଟୀକାକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.