ପଦ୍ମପୁର :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଯୁବ ରେଡକ୍ରସ୍ ଶାଖାର ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ରେଡକ୍ରସ୍ ସଂଯୋଜକ ଶ୍ରୀ ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ଯୁବ ରେଡକ୍ରସ୍ କାଉନସେଲର୍ ଶ୍ରୀ ଯତୀନ୍ଦ୍ର ସାହୁ ଓ ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଓ ଶ୍ରୀ ଅକ୍ଷୟ ବାରିକଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ଏକ ପଥପ୍ରାନ୍ତ ନାଟକ “ଦୁସ୍ଥ ମାନସିକତା” ଯାହାକି ଭଣ୍ଡବାବା ମାନଙ୍କ ଉପରେ ପର୍ଯ୍ୟବେସିତ ,ଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ଏବଂ ଛାତ୍ରୀ ମାନେ ଏକକ ଓ ଯୁଗ୍ମ ସମ୍ବଲପୁରୀ ନାଚ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଯୁବ ରେଡକ୍ରସ୍ କାଉନସେଲର୍ ସୁଶ୍ରୀ ସଂଗୀତା ଗୌନ୍ତିଆ । ପରିଶେଷରେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.