ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ଆଧ୍ୟାପକ ଅଜୟ କୁମାର ବିଶ୍ୱାଳ,ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ,ଡ.ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ,ବିଶ୍ୱରଞ୍ଜନ ସ୍ୱାଇଁ, ରଞ୍ଜିତ୍ କୁମାର ସାମଲ, ଯୁବ ସାମ୍ବାଦିକ ଶିବରାମ ଚୌଧୁରି ପ୍ରମୁଖ ମଞ୍ଚାସୀନ ଥିଲେ I ପ୍ରଥମ ପର୍ଯ୍ୟାୟରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା I ଯୁ୍କ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ଭାଗ୍ୟଶ୍ରୀ ମହାରଣା ଓଡ଼ିଶାର ଶ୍ରେଷ୍ଠ ନରପତି ଶ୍ରୀ ପୁରୁଷୋତ୍ତମ ଦେବ ପାଠ କରିଥିଲେ I ଏହା ଉଚ୍ଚ ପ୍ରଶଂସିତ ହୋଇଥିଲା I କାର୍ଯ୍ୟକ୍ରମକୁ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ପରିଚାଳନା କରିଥିଲେ I ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.