ବେଲଗୁଣ୍ଠା –(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଳିଆ ସାହିର ସୁର୍ଯ୍ୟ ଜେନାଙ୍କ ପଢୁଆ ପୁଅ ତଥା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି ଲିଡର୍ ଦଶମ ଶ୍ରେଣୀ ଛାତ୍ର ଆଲୋକ ଜେନାଙ୍କ ଗତ ୧୬ ତାରିଖ ଦିନ ଏକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ଆଲୋକ ଜଣେ ମେଧାବୀ ଛାତ୍ର ରହିଥିବା ବେଳେ ଏନ୍.ସି.ସି କ୍ୟାଡେଟ ଭାବେ ମଧ୍ୟ ନିଜର ପରକାଷ୍ଠା ଦେଖାଇଥିଲେ । କେବଳ ସେତିକି ନୁହେଁ ନିଜ ନାମ ପରି ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଦ୍ୱାରା ଆଲୋକ ଙ୍କ ଚକ୍ଷୁ ଦାନ କରି ଆମର ହୋଇଗଲେ ବୋଲି ବେଲଗୁଣ୍ଠା ବାସି ମତ ଦେଇଛନ୍ତି ।ତାଙ୍କର ବିୟୋଗ ତାଙ୍କ ସହପାଠୀ ତଥା ବିଦ୍ୟାଳୟ ପାଇଁ ଗୋଟିଏ ଅପୂରଣୀୟ କ୍ଷତି ।ଏହି ଅବସରରେ ଆଜି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋକ ଙ୍କ ଉଦ୍ଦେଶ୍ୟରେ ଏକ ଶୋକ ଶୋଭାଯାତ୍ରା କରିଥିଲେ ।ଏହା ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଆଲୋକଙ୍କ ବାସଭବନରେ ସମାପ୍ତ ହୋଇଥିଲା । ଏଥିରେ ଜିଟି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମହାରଣା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.