ସାର୍ବଜନୀନ ଦୁର୍ଗାପୂଜା ପାଇଁ ସମନ୍ଵୟ ବୈଠକ।

0 1

ପଦ୍ମପୁର :ସ୍ଥାନୀୟ ରାଜବାଟୀ ପରିସରରେ ଆୟୋଜନ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ୨୦୨୪ ପାଳନ ନିମନ୍ତେ ଏକ ସମନ୍ଵୟ ବୈଠକ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚଭନ ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭ ରେ ଦୁର୍ଗାପୂଜା ପାଳନ କମିଟୀର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ପୂଜା ସମୟ ରେ ହେଉଥିବା ଜନସମାଗମ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା, ପ୍ରମୁଖ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ପ୍ରଭୃତି ବ୍ୟବସ୍ଥା ଉପରେ ପ୍ରଶାସନ ର ସହଯୋଗ କାମନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧ୍ଯରେ ଏ ଦିଗରେ ବିଚାର ବିମର୍ଷ କରାଯାଇଥିଲା ଏବଂ ସମସ୍ତ ଙ୍କ ସହଯୋଗ ରେ ଆଗାମୀ ଶାରଦୀୟ ଦୁର୍ଗାପୂଜା କୁ ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚଭନ ପ୍ରତିଶୃତି ଦେଇଥିଲେ। ଆବଶ୍ଯକ ସ୍ଥଳେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବୈଠକ ଆୟୋଜନ କରି ବିଭିନ୍ନ କାର୍ଯ୍ୟର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ସ୍ନେହା ଅରଗୁଲା ଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ସମନ୍ଵୟ ବୈଠକ ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝି, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଚିନ୍ମୟ କୁମାର ସାହୁଙ୍କ ସହିତ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ, ପୂଜା କମିଟିର କର୍ମକର୍ତ୍ତା ଶ୍ରୀଯୁକ୍ତ ଗୋବିନ୍ଦ ଅଗ୍ରବାଲ, ଯୁଗଳ କିଶୋର ସାହୁ, ଅଶୋକ କୁମାର ମିଶ୍ର, ନନ୍ଦକିଶୋର ଅଗ୍ରୱାଲ , ରବିନାରାୟଣ ଦୋରା, ଚିନ୍ମୟ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଣିଗାହୀ, ପ୍ରୀତମ ମେହେର, ବିଜୟ ବହିଦାର, ସନ୍ତୋଷ କୁମାର ମହାନ୍ତି, ନବକିଶୋର ବରିହା ,ଯୋଗେଶ କୁମାର ସାହୁ, ସୌମ୍ୟଜିତ ପାଢୀ, ଶେଖ୍ ସମିଉଲ ହୁସେନ, ସମାଜସେବୀ ନିରୋଜ ଦୋରା, ଅଚ୍ୟୁତ ସେଠ୍, ନରସିଂହ ପଟ୍ଟନାୟକ, ନାରାୟଣ ପୁରୋହିତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.