ଜି ଆଇ ଇ ଟି ବିଶ୍ୱବିଦ୍ୟଳୟରେ ଏକ ପେଡ ମା କେ ନାମ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ କ୍ୟାମ୍ପସରେ ଏକ ପେଡ ମା କେ ନାମ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି / ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁରସ୍ଥିତ ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗେଲ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀମତୀ ସେବତୀ ସାହୁ ଯୋଗ ଦେଇ ପ୍ରଥମେ ଏକ ଚାର ରୋପଣ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା,ଉପ ସଭାପତି ଡ.ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ଚାରରୋପଣ କରି ପରିବେଶ ସୁରକ୍ଷା ସକାଶେ ସମସ୍ତଙ୍କୁ ନିଜ ମାଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ବାନ ଦେବା ସହ ସ୍ବେଚ୍ଛାସେବୀ ମାନଙ୍କୁ ଏହି ଭଳି ମହତ କାର୍ଯ୍ୟକୁ ଭୂୟଷୀ ପ୍ରଶଂସା କରିଥିଲେ। ଏଥିରେ କୁଳପତି ଡ଼ ଏ ଭି ଏନ ଏଲ ଶର୍ମା , ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ , ସ୍କୁଲ ଅଫ ଇଂଜିନିରିଂ ର ଡିନ ଡ଼ ଏ ବି ଶ୍ରୀନିବାସ ରାଓ , ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାରାରୋପଣ କରି କରିଥିଲେ / ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ପ୍ରଫେସର୍ ବାଣୀ ପ୍ରସାଦ ନାୟକ, ୟୁନିଟ-୧ ,ଘନିଷ୍ଠା ପୃଷ୍ଟି ,ୟୁନିଟ-୨,ଡ଼ ପ୍ରେମସନୁ ଶେଖର ରଥ ,ପ୍ରମୋଦ ରଞ୍ଜନ ପଣ୍ଡା , ଆଶିଷ କୁମାର ସାମଲ, ଧୂମେଶ ମେହେର, ଜୟନ୍ତି ଡାଙ୍ଗ ସେବା ଯୋଜନା ସଦସ୍ୟ ,ଅଧ୍ୟାପକ ,ଅଧ୍ୟାପିକା ,ଛାତ୍ର ଛାତ୍ରୀ ଯୋଗ ଦେଇ ଚାରା ରୋପଣ କରିଥିଲେ /

 

Leave A Reply

Your email address will not be published.