ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବି.ଡେ.କା) ତରଫରୁ ଚଳିତ ଚଳିତ ୫୬ ତମ ବାର୍ଷିକୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଁ ଜଗତଜନନୀ ଦୂର୍ଗାଦେବୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କର ମୃତ୍ତି ନିର୍ମାଣ ପାଇଁ ଆଜି ମୃତ୍ତିକା ପୂଜା ଉତ୍ସବ ବା ମାଟି ପୁଜନ ଅନୁଷ୍ଠିତ ହୋଇଯାଇଛି।
ଅଦ୍ୟ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ଦିବା ଶତଭିଶା ନକ୍ଷତ୍ର ରେ ଅଥବା ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୪ ମଙ୍ଗଳ ବାରରେ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ ବି.ଡେ.କା ତରଫରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଚଳିତ ୫୬ ତମ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ ପୁଜା ଯଥା ରିତି ନିତି ମନ୍ତ୍ର ବାକ୍ୟ ଉଚ୍ଚାରଣ ରେ ଅନୁଷ୍ଠିତ ହୋଇଛି। ଏଥିରେ କର୍ତ୍ତା ଭାବରେ ଉକ୍ତ କାର୍ଯ୍ୟାଳୟ ର ବିଶିଷ୍ଟ ସଦସ୍ୟ ରଶ୍ମି ରଞ୍ଜନ ରଥ ଙ୍କ ସହିତ ସ୍ଥାନୀୟ ପୁରୋହିତ ପଣ୍ଡିତ ଶର୍ମା ଶ୍ରୀ ସିମାଞ୍ଚଳ ତ୍ରିପାଠୀ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜିର ଏହି ମାଟି ପୁଜନ ଉତ୍ସବ ରେ ଉକ୍ତ କାର୍ଯ୍ୟାଳୟ ର ଅଧିକ୍ଷଣ ଯନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ସବଡିଭିଜନ୍ ଏସ୍ ଡି ଓ ଶଙ୍କର କୁମାର ପାତ୍ର, ସୁବାସ ଚନ୍ଦ୍ର ମୁନି ଙ୍କ ସମେତ ଭଞ୍ଜନଗର ଜଳସମ୍ପଦ ବିଭାଗର ଅନନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ଏହିପରି ଭାବରେ ଭଞ୍ଜନଗର ସହରରେ ୪ ଗୋଟି ସ୍ଥାନରେ ଦୁର୍ଗାମେଢ ଦେଖିବାକୁ ମିଳେ। ଏବଂ ଏଥିନିମିତ୍ତ ଅନ୍ୟ ତିନୋଟି ସ୍ଥାନରେ ମୃତ୍ତିକା ପୂଜା କାର୍ଯ୍ୟକ୍ରମ ମାନ ରାଧା ଅଷ୍ଟମୀ ଠାରୁ ଅନୁଷ୍ଠିତ ହୋଇସାରିଛି। ଭଞ୍ଜନଗରସ୍ଥ ଖାଲାସିସାହିରେ “ବିଶ୍ଵଜନନୀ କଳାପରିଷଦ” ର ଚଳିତ ବର୍ଷ ୭୭ ବର୍ଷରୁ ଉର୍ଦ୍ଦ ହେବ ଅନୁଷ୍ଠିତ ହେବାକୁ ଯାଉଛି। ଭଞ୍ଜ ସାହିତ୍ୟ ପରିଷଦରେ “ସାର୍ବଜନୀନ ଦୁର୍ଗାପୂଜା” ୭୮ ବର୍ଷରେ ଓ ୫୦ ବର୍ଷରୁ ଉର୍ଦ୍ଦ ହେବ ପୂଜା ହୋଇଆସୁଥିବା ଭଞ୍ଜନଗର ଓଡ଼ିଶା ରାଜ୍ୟ ପରିବହନ ବିଭାଗ ରେ ମଧ୍ୟ ଦୁର୍ଗାତ୍ସୋବ ଅନୁଷ୍ଠିତ ହେବ। ଏଥି ନିମନ୍ତେ ପ୍ରତ୍ୟେକ ପୁଜା ମଣ୍ଡପ ରେ ଚଳିତ ବର୍ଷ ର ପୂଜା ଉତ୍ସବ କୁ ଆକର୍ଷଣୀୟ ଓ ଆଡମ୍ବର ସହକାରେ ପାଳନ ପାଇଁ ଏବେ ଠାରୁ ସାଜସଜ୍ଜା ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଦେଲେଣି।