ପଦ୍ମପୁର :-ମୁସଲମାନ ଧର୍ମର ପ୍ରତିଷ୍ଠାତା ହଜରତ ମହମ୍ମଦ ସାହବଙ୍କ ଜନ୍ମଦିନ ଇଦ୍-ଇ-ମିଲାଦ-ଅନ୍-ନବିର ପର୍ବ ପଦ୍ମପୁର ରେ ରେ ମହାସମାରୋହରେ ପାଳିତ ହୋଇଯାଇଛି ।ମୁସଲିମ ସମ୍ପ୍ରଦାୟ ପାଇଁ ଇଦ୍-ଇ-ମିଲାଦ-ଉନ-ନବିର ପର୍ବ ବିଶେଷ ମହତ୍ତ୍ୱ ରଖେ, କାରଣ ଉକ୍ତ ଦିବସରେ ଇସଲାମ ଧର୍ମ ପ୍ରତିଷ୍ଠାତା ମହମ୍ମଦ ସାହେବଙ୍କ ଜନ୍ମ ୫୭୦ ଖ୍ରୀଷ୍ଟାବ୍ଦରେ ଆରବ ଦେଶର ମକ୍କା ସହରରେ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ମସଜିଦ ସମ୍ମୁଖରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ହାତରେ ପତାକା ଧରି ଧାର୍ମିକ ନାରା ଦେବା ସହ ଏକ ବିଶାଲ ଶୋଭାଯାତ୍ରା ରେ ବାହାରି ଥାନା ଛକ, ଭେଁଉରିଆ ଛକ, ଶାସ୍ତ୍ରୀ ଛକ ଦେଇ ମସଜିତ ରେ ପହଞ୍ଚିଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ମିଷ୍ଠାନ୍ନ ଏବଂ ସରବତ ବଣ୍ଟନ କରାଯାଇ ଥିବା ବେଳେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଣାଲ୍ ମୋତିରାମ ଚୌହାଣ ଯୋଗଦେଇ ରକ୍ତଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା, ଡଃ ଆଶୀର୍ବାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି ଯୋଗଦେଇଥିଲେ l ଶିବିରରୁ ୨୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମସଜିଦ କମିଟିର ସଭାପତି ନାଜମୂଲ ହୋଦା, ଉପସଭାପତି ହାଜି ୱାହିଦ, ସମ୍ପାଦକ ସମୀର ହୁସେନ, ଶେଖ୍ ଜାହିଦ, ଶେଖ୍ ଗୁଲାମ କିବ୍ରିଆ, ହାଜି ମହମ୍ମଦ ମନସୁର୍, ଶେଖ୍ ୱାସିମ୍ ରାଜା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.