ଡାବୁଗାଁ ରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଭାଜପା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ପ୍ରତି ୬ ବର୍ଷରେ ସଂଗଠନ ପର୍ବ ରୂପେ ପାଳନ କରି ଆସୁଥିବା କହିଥିଲେ। ସେପ୍ଟେମ୍ବର ୨ ତାରିଖରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଥମିକ ସଦସ୍ୟତା ଗ୍ରହଣ ପରେ ସାରା ଭାରତରେ ଏହି ସଦସ୍ୟତା ପର୍ବ ଚାଲୁ ରହିଥିବା କହିଥିଲେ। ୧୮୮୦୦୦୦୨୦୨୪ ଏହି ନମ୍ବର ରେ ଫୋନ ମାଧ୍ୟମରେ ମିସ କାଲ କଲେ ଜଣେ ବିଜେପି ର ପ୍ରାଥମିକ ସଦସ୍ୟ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଭାରତୀୟ ଜନତା ଦଳ ସାରା ବିଶ୍ୱରେ ବୃହତ୍ ରାଜ ନୈତିକ ଦଳ ହୋଇଥିବା ବେଳେ ବୁଥ ସ୍ତରରୁ ଶକ୍ତି କେନ୍ଦ୍ର,ମଣ୍ଡଳ ସ୍ତର ,ଜିଲ୍ଲା ,ରାଜ୍ୟ ସ୍ତର ଦେଇ ସାରା ଦେଶରେ ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରି ଦଳ କୁ ଅଧିକ ସୁସଂଗଠିତ କରିବା ଏହି ସଦସ୍ୟତା ଅଭିଯାନ ର ଲକ୍ଷ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ର ବରିଷ୍ଠ ନେତା ହରି ଚୌଧୁରୀ,ସୋମନାଥ ପୂଜାରୀ, ଦିବାନ ସିଂ, ମନୋରମା ନାୟକ, ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ଡାବୁଗାଁ ମଣ୍ଡଳ ଯୁବ ସଭାପତି ୱାଇ ରାଜ ଶେଖର ଦୋରା,ଜି ସତ୍ୟା ରାଓ,ନରୁ ସିଂ,ରତନ କଲାର,ଜି କିରଣ, ଲଚୁ ମାଝୀ ଓ ହରିହର ଡଙ୍ଗରି ସହ ବହୁ ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.