ବ୍ରହ୍ମପୁର-ଟାଟାନଗର ଭାୟା କେନ୍ଦୁଝର ସହିତ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

0 2

  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଝାଡଖଣ୍ଡରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବା ସହିତ ବିଭିନ୍ନ ରେଳ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି |

  • ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଉରକେଲା – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରରେ ଏହି ଅବସରରେ ଯୋଗଦାନ କରିଥିଲେ |

  •  ମୁଖ୍ୟମନ୍ତ୍ରୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ମତବିନିମୟ କରି ଥିଲେ |

  •  ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଉଛି _ ବ୍ରହ୍ମପୁର-ଟାଟା, ରାଉରକେଲା-ହାଓଡ଼ା, ଟାଟା-ପାଟନା, ଦେଓଘର-ବାରଣାସୀ, ଗୟା-ହାଓଡ଼ା ଏବଂ ଭାଗଲପୁର-ହାଓଡ଼ା ବନ୍ଦେ ଭାରତ |

ବ୍ରହ୍ମପୁର/ଟାଟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡରୁ ଭିଡିଓ ନଫରେନ୍ସିଂ ମାଧ୍ୟମରେ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ବିଭିନ୍ନ ରେଳ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସହିତ ଉଦ୍ଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ରେଳ ସଂଯୋଗ ଏବଂ ଯାତ୍ରା ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡିକ ମଧ୍ୟ ଉତ୍ସର୍ଗୀକୃତ କରାଯାଇଥିଲା |

ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନ୍ ଗୁଡିକ ହେଉଛି ବ୍ରହ୍ମପୁର-ଟାଟା, ରାଉରକେଲା-ହାଓଡ଼ା, ଟାଟା-ପାଟନା, ଦେଓଘର-ବାରଣାସୀ, ଗୟା-ହାଓଡ଼ା ଏବଂ ଭାଗଲପୁର-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ |

Imageବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଚଳନ ଭାରତର ରେଳ ନେଟୱର୍କକୁ ବିଶ୍ୱ ସ୍ତରୀୟ ନେଟୱର୍କରେ ପରିଣତ କରିବାର ସରକାରଙ୍କ ବ୍ୟାପକ ଦୃଷ୍ଟିକୋଣର ପ୍ରମାଣ ଅଟେ | ଆଧୁନିକ ସୁବିଧାଗୁଡ଼ିକ ସହିତ ସଜ୍ଜିତ ଏବଂ ଆରାମ ପାଇଁ ଡିଜାଇନ୍ ହୋଇଥିବା ଏହି ସେମି-ହାଇ ସ୍ପିଡ୍ ଟ୍ରେନ୍ ଗୁଡିକ ଯାତ୍ରା ସମୟ ହ୍ରାସ କରିବ ଏବଂ ଏକ ଉନ୍ନତ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆଶା କରାଯାଉଛି |

ପାଟନା, ଦେଓଗର, ବ୍ରହ୍ମପୁର, ଧIନବାଦ୍, ଏବଂ ରାଉରକେଲା ଭଳି ସହରଗୁଡ଼ିକୁ ପ୍ରମୁଖ ବାଣିଜ୍ୟିକ ଏବଂ ଶିଳ୍ପ କେନ୍ଦ୍ର ସହିତ ସଂଯୋଗ କରି ଏହି ନୂତନ ମାର୍ଗଗୁଡ଼ିକ କେବଳ ଯାତ୍ରୀଙ୍କ ସଂଯୋଗକୁ ସୁଦୃଢ଼ କରିବ ନାହିଁ ବରଂ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହିତ କରିବ |

Imageଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଉରକେଲା ରେଳ ଷ୍ଟେସନରେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ରାଉରକେଲା-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯାଇଥିଲା |

Imageସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗ କରିଥିଲେ | ଏହି ଅବସରରେ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଓଡିଶାରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଚଳନ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି |

ଶ୍ରୀ ମାଝୀ ମଧ୍ୟ ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ଭାବବିନିମୟ କରି ସେମାନଙ୍କ ମତାମତ ନେଇଥିଲେ | ମାନ୍ୟବର ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ବିଭୁତି ଭୂଷଣ ଜେନା ଏବଂ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧIନ୍ତ ମହାପାତ୍ର ଏବଂ ଶ୍ରୀ କେ.ଅନୀଲ କୁମାର ଏହି ଅବସରରେ ଯୋଗ ଦେଇଥିଲେ |

Imageମାନ୍ୟବର ମନ୍ତ୍ରୀ, ଓଡିଶା ସରକାର, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ; ମାନ୍ୟବର ସାଂସଦ ଡ ସମ୍ବିତ ପାତ୍ର, ବାଲୁଗାଁ ରେଳ ଷ୍ଟେସନରେ ଏହି ଅବସରରେ ଅଂଶଗ୍ରହଣ କରିଥିଲେ | ଖୋର୍ଦ୍ଧା ରୋଡରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ | ଭୁବନେଶ୍ୱର ରେଳ ଷ୍ଟେସନରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ ଉପସ୍ଥିତ ଥିବାବେଳେ କଟକ ରେଳ ଷ୍ଟେସନରେ ମାନ୍ୟବର ବିଧାୟିକା ସୋଫିଆ ଫିରଦୋଷ ଉପସ୍ଥିତ ଥିଲେ |

Imageଯଖପୁରା ରେଳ ଷ୍ଟେସନରେ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ସାଂସଦ ଡ ରବୀନ୍ଦ୍ର ନାରାୟଣ ବେହେରା ଉପସ୍ଥିତ ଥିଲେ | ହରିଚନ୍ଦନପୁର ଷ୍ଟେସନରେ ମାନ୍ୟବର ବିଧାୟକ ଡ ଫକିର ମୋହନ ନାୟକ ଉପସ୍ଥିତ ଥିବାବେଳେ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ କେନ୍ଦୁଝରଗଡ ରେଳ ଷ୍ଟେସନରେ ଉପସ୍ଥିତ ରହି ଟାଟାନଗର ଅଭିମୁଖେ ପ୍ରାରମ୍ଭିକ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ୱାଗତ କରିଥିଲେ |

Imageବ୍ରହ୍ମପୁରରୁ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବାହ୍ନ 11 ଘଟିକାରେ 1ଛାଡିଥିଲା | ତେବେ, ଟ୍ରେନର ନିୟମିତ ସେବା ଟାଟାନଗରରୁ 18 ସେପ୍ଟେମ୍ବର 2024 ଠାରୁ ଏବଂ ବ୍ରହ୍ମପୁରରୁ 19 ସେପ୍ଟେମ୍ବର 2024 ଠାରୁ ଆରମ୍ଭ ହେବ | ନିୟମିତ ଚଳାଚଳ ସମୟରେ, ଏହି ଟ୍ରେନ୍ ବ୍ରହ୍ମପୁରରୁ ସକାଳ 05ଘ.15ମିରେ ଛାଡି ଟାଟାକୁ ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ ଟାଟାରୁ ଅପରାହ୍ନ 02ଘ.50ମିରେ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବ |

Imageପ୍ରଧାନମନ୍ତ୍ରୀ ମଧ୍ୟ ସେପ୍ଟେମ୍ବର 16 ରେ ଅହମ୍ମଦାବାଦରୁ ରେଳ ଆଧୁନିକୀକରଣ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ ଓ ଲୋକାର୍ପଣ କରିବେ | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଟିଟିଲାଗଡ ଏବଂ ରାୟଗଡା ମାର୍ଗ ଦେଇ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ସାରା ଦେଶରେ ଅତିରିକ୍ତ ବନ୍ଦେ ଭାରତ ଟ୍ରେନ୍ ଗୁଡିକର ଶୁଭାରମ୍ଭ କରିବେ ଏବଂ ଭୁଜ ଏବଂ ଅହମ୍ମଦାବାଦ ମଧ୍ୟରେ ବନ୍ଦେ ମେଟ୍ରୋ କୁ ଲୋକାର୍ପଣ କରିବେ | ଗୁଜୁରାଟର ଲୋକଙ୍କ ପାଇଁ ଦ୍ରୁତ ଏବଂ ଅଧିକ ସୁବିଧାଜନକ ଯାତ୍ରା ଯୋଗାଇ ମେଟ୍ରୋ ଷ୍ଟାଇଲ୍ ସ୍ୱଳ୍ପ ଦୂରତା ଯାତ୍ରା ପ୍ରଦାନ କରିବାକୁ ଏହି ସେବା ଲକ୍ଷ୍ୟ ରଖିଛି |

Image

Leave A Reply

Your email address will not be published.