ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ରେ ଜାତୀୟ ଇଂଜିନିୟର ଦିବସ ପାଳିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପରିସରରେ କୋରାପୁଟସ୍ଥିତ ସୁନାବେଡ଼ା ହାଲର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜନିୟରିଂ ଇଣ୍ଡିଆ ସୋସାଇଟି ଆନୁକୁଲ୍ୟରେ ଜାତୀୟ ଇଂଜିନିୟର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ
ମୁଖ୍ୟ ଅତିଥି ଭାବେ ସୁନାବେଡ଼ାସ୍ଥିତ ହାଲର ମୂଖ୍ୟ ପରିଚାଳକ ତଥା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜନିୟରିଂ ଇଣ୍ଡିଆ ସୋସାଇଟିର ଅଧ୍ୟକ୍ଷ
ଇଞ୍ଜିନିୟର ପ୍ରେମାନନ୍ଦ ମାଇତି ଯୋଗ ଦେଇ ସୋସାଇଟିର କାଯ୍ୟକ୍ରମ ଓ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ସକାଶେ ନିଆଯାଉଥିବା ଵିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସଂମାନୟୀ ଅତିଥି ଭାବେ ହାଲର ମୂଖ୍ୟ ପରିଚାଳକ, କ୍ୱାଲିଟି କଣ୍ଟ୍ରୋଲ ତଥା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜନିୟରିଂ ଇଣ୍ଡିଆ ସୋସାଇଟିର ସମ୍ପାଦକ ଇଞ୍ଜନିୟର ସଞ୍ଜୟ କୁମାର ବିଷୋୟୀ ଓ
ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ ମଞ୍ଚଶିନ ରହି ବର୍ତ୍ତମାନ ଇଂଜିନିୟର ମାନଙ୍କ ଉପଲବ୍ଧ ଏବଂ କାର୍ଯ୍ୟ ଦକ୍ଷତା ବିଷୟ ରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଇଞ୍ଜିନିୟରିଂ ଦିବସ ପାଳିତ ନିମନ୍ତେ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା , ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଲାଇଫ ଟାଇମ ଏଚିଭ୍ମେଣ୍ଟ ଆୱାର୍ଡ଼ ଇଂ ନିର୍ମଳ ଚରଣ ମଲ୍ଲିକ, ଈଂ. ଦାଶରଥି ନନ୍ଦ ସେହିପରି ପ୍ରତିଷ୍ଠିତ ଇଞ୍ଜିନିୟର ପୁରସ୍କାର ଇଂ. ଅରବିନ୍ଦ ସ୍ବାମୀ ଏବଂ ଯୁବ ଇଞ୍ଜିନିୟର ଭାବେ ଈଂ. ପ୍ରଦୀପ କୁମାର ଦାସ, ଇଂ. ମାନସ ରଞ୍ଜନ ସୁବୁଦ୍ଧି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।ଏହି ସଭାରେ ବିଶ୍ବ ବିଦ୍ୟାଳୟର ଅଧ୍ୟାପକ ରାକେଶ ସାହୁ, ଆଶିଷ ତିୱାରୀ ପ୍ରମୁଖ ପରିଚାଳନା କରିଥିଲେ ।ଏହି ସଭାରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ,ଯୋଗ ଦେଇଥିଲେ।

 

Leave A Reply

Your email address will not be published.