ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜବୋଡାସମ୍ବର ବ୍ଲକର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ରାଜବୋଡା ସମ୍ବର ବ୍ଲକର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକ ନାଥ ଭୁଏ , ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମସିଂ ଭୋଇ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପାଣିଗ୍ରାହୀ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ,ବାକଦେବୀ ସରସ୍ବତୀ ଓ ବିଦ୍ୟା ଦାତା ଗଣେଶଙ୍କ ତୈଳ ଚିତ୍ର ଉପରେ ମାଲ୍ୟାର୍ପଣ କରି ବିଦାୟୀ ଶିକ୍ଷକ ମାନଙ୍କର ସ୍ମୃତି ଚାରଣ ଓ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ l ଶିକ୍ଷକ ସୁରେଶ ସିଂ ଚୌହାନ ଉଦ୍ଧେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସୁରେନ୍ଦ୍ର ସାହୁଙ୍କ ମ୍ୟୁଜିକ, ରଚନା ଓ ସଂଯୋଜନା ମମତା ମିଶ୍ରଙ୍କ ନେତୃତ୍ୱରେ ପ୍ରଭାତୀ ପଟ୍ଟନାୟକ, ବାସନ୍ତୀ ସାହୁ, ସୁନିତା ଦାଶ, କରିସ୍ମା ସାହୁ ବିଦାୟୀ ସଂଗୀତ ଗାନ କରିଥିଲେ l ଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ପତି ଓ ଭାରତୀ କଣ୍ଟା ମଞ୍ଚ ପରିଚାଳନା କରିଥିଲେ l ସମ୍ପାଦକ ରୂପକ ସାହୁ ସମ୍ପାଦକିୟ ବିବରଣୀ ପଠନ କରିଥିଲେ l ଅବସର ପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ମୋହନ ଲାଲ ସାହୁ,ମାୟାଧର ପଣ୍ଡା, କନକ ଲତା ପାଢ଼ୀ, ଦୀପ୍ତିମୟୀ ଦାଶ, ଦାଶରଥୀ ପ୍ରଧାନ, ଧର୍ମାନନ୍ଦ ବେହେରା ଓ ଡମ୍ବରୁଧର ସାହୁଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଛାତ୍ରୀମାନେ ଗଣେଶ ବନ୍ଦନା ଓ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ l ଚିତ୍ତରଞ୍ଜନ ବିଶି, ରାଜେନ୍ଦ୍ର ମହାନ୍ତି, ମମତା ମିଶ୍ର, ଜି. ସସ୍ମିତା ଦୋରା, ଲତିକା ବିଶି ସମ୍ବର୍ଦ୍ଧନା ପତ୍ର ପଢିଥିଲେ l ବୀର କିଶୋର ସାହୁ, ଶାନ୍ତନୁ ସରାପ, ମନୋଜ ସାହୁ, ପ୍ରଦୀପ ସାହୁ, ସୁଦାମ ପ୍ରଧାନ, ଦେବାନନ୍ଦ ତୁରିଆ, ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପ୍ରସାଦ ବ୍ୟବସ୍ଥାରେ ମୁକୁନ୍ଦ ମେହେର, ଲକ୍ଷ୍ମଣ ମେହେର, ଘନଶ୍ୟାମ ସାହୁ, ଭୀଷ୍ମ ବାରିକ ଥିଲେ l ପରିଶେଷରେ ଦଶରଥ କଲେତ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post