ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୨୦ ଠାରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଭାଗର ସମନ୍ବୟରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ। ଏହି ବିକାଶ ମେଳାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୂ ପଦକ୍ଷେପ ପ୍ରଣୀତ ବିବିଧ ଯୋଜନା ଗୁଡିକ ସଂପର୍କରେ ସଚେତନତା କରାଯିବ। ସେହିପରି ଉଦ୍ଦେଶ୍ୟ ଓ କର୍ଯ୍ୟନ୍ଵୟନ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା। ବହୁବିଧ କଲ୍ୟାଣକାରୀ ଦିଗ ଗୁଡ଼ିକ ସମ୍ପର୍କରେ ଜନ ସଚେତନା ସୃଷ୍ଟି କରିବା ଇତ୍ୟାଦି। ଏହି ସମନ୍ବୟ ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ମିଶନ ଶକ୍ତି ବିଭାଗ , ପୂର୍ବ ବିଭାଗ , ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ , ସୂଚନା ଓ ଲୋକସମ୍ପର୍କ ବିଭାଗ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସମନ୍ବିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଜନସାମାବେଶ , ଉନ୍ନୟନ ପ୍ରଦର୍ଶନୀ , ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲାର ଲୋକକଳାକାରଙ୍କୁ ନେଇ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼. ଗୁଣନିଧି ନାୟକ , ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ , ଡିଏସପି ଡ଼.ଚନ୍ଦ୍ର ଶେଖର ହୋତା ସମେତ ଅନ୍ୟାନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.