ତାଲପଦର ଗଣେଶ ପୂଜା ଅନୁଷ୍ଠିତ।

0 2

ପଦ୍ମପୁର :- ବିଜେପୁର ବ୍ଲକ ତାଳପଦର ଠାରେ ଚାଲିଥିବା ଗଣେଶ ପୂଜା ବିଭିନ୍ନ କାର୍ଯ୍ୟକ୍ରମ ସହିତ ସମ୍ପୂର୍ଣ ହୋଇଛି l ଦୀର୍ଘ ଆଠ ଦିନଧରି ଅନେକ କାର୍ଯ୍ୟକ୍ରମ ଯଥା ମା ପୂର୍ଣ୍ଣବାସୀ କଲାପରିଷଦ ମାନପୁର ର କଂସ ଦରବାର,ସାସ୍କୃତିକ କାର୍ଯ୍ୟକ୍ରମ, ଓଡିଶୀ ନୃତ୍ୟ, ଓ କଟକ ର ମା ଜଗତ ଜନନୀ ଅପେରା କୁ ଦର୍ଶକ ମାନେ ଉପଭୋଗ କରିଥିଲେ l ଦରବାର ପାଖରେ ଲାଗିଥିବା ମିନାବଜାର ରେ ମଧ୍ୟ ଗହଳି ଦେଖିବାକୁ ମିଳିଥିଲା l ମୁଖ୍ୟ ଅତିଥି ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ର ବେଳେ ସୁଶାନ୍ତ ମିଶ୍ର, ସୁଶାନ୍ତ ଗଡ଼ତିଆ,ଯୋଗୀନ୍ଦ୍ର ପଧାନ ଉଦଯାପନ କରିଥିଲେ l ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ଅଧ୍ୟାପକ ସୁକୁମାର ଭୋଇ ସଂଯୋଜନା କରିଥିଲେ l କଳାକାର ହିସାବରେ ତାଳପଦର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତେଜରାଜ ବାରିକ, ଗୋଦାବରୀ ପଧାନ, କଂସ ମହାରାଜ ମାନସ ମହାପାତ୍ର ଓ ଦାଶରଥି ସାମଲ କୁ ସମ୍ମାନୀତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ପୂଜା କମିଟି ର ସତ୍ୟପ୍ରକାଶ ପଧାନ,ସୁଶାନ୍ତ ସାହୁ,ଗୋବିନ୍ଦା ସାହୁ, ସୀପନ ସାହୁ, ସୁମନ୍ତ ପଧାନ, ସୋନୁ ସାହୁ ଓ କମିଟି ର ଅନ୍ୟନ୍ୟା ସଦସ୍ୟ ପରିଚାଳନା କରିଥିଲେ l ଭସାଣିଯାତ୍ରାରେ ପଧାନଡିଜେ ତାଳପଦର, ଆଦିଶିବାସୀ ନୃତ୍ୟ, କଲାଙ୍ଗୀନାଚ ଦେଖିବାକୁ ମିଳିଥିଲା

Leave A Reply

Your email address will not be published.