ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେର ଚେଟିଆ ଗୁଡା ର ଜଣେ ୧୬ ବର୍ଷିଆ ନାବାଳିକା ଝିଅ ବିଷଧର ସର୍ପ କାମୁଡ଼ା ରେ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ମୃତ୍ୟୁ ବରଣ କରିଛି। ମୃତ ନାବାଳିକା ଝିଅ ଚେର ଚେଟିଆ ଗୁଡା ସାଧୁରାମ ଭତରା ଙ୍କ ଝିଅ ସୂର୍ଯ୍ୟକାନ୍ତି ଭତରା (୧୬) ବୋଲି ଜଣା ପଡିଛି। ଏ ନେଇ ମୃତ ଝିଅ ର ଭାଇ ସନଧର ମାଝୀ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ୧୨ ତାରିଖ ରାତ୍ର ଗୁରୁବାର ଦିନ ଚେର ଚେଟିଆ ଗୁଡା ଗ୍ରାମ ର ସାଧୁରାମ ଭତରା ଙ୍କ ପରିବାର ଲୋକେ ରାତ୍ର ଭୋଜନ ପରେ ଶୋଇ ପଡ଼ିଥିଲେ। ସୂର୍ଯ୍ୟକାନ୍ତି ତା ଭଉଣି ସହ ସାଥୀ ହୋଇ ଶୋଇଥିଲେ। ତେବେ ବିଳମ୍ବିତ ରାତ୍ର ରେ ଏକ ବିଷଧର ସର୍ପ ଶୋଇ ଥିବା ଅବସ୍ଥାରେ ସାଧୁରାମ ଭତରା ଙ୍କ ୧୬ ବର୍ଷିଆ ନାବାଳିକା ଝିଅ ସୂର୍ଯ୍ୟକାନ୍ତି ଙ୍କ ଡାହାଣ ହାତରେ କାମୁଡି ଥିଲା। ସୂର୍ଯ୍ୟକାନ୍ତି ସାପ କାମୁଡିବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଉଠି ଦେଖିବା ପରେ ବିଷଧର ସର୍ପ ସୂର୍ଯ୍ୟକାନ୍ତି କୁ କାମୁଡି ଥିବା ଜାଣି ପାରି ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ସୂର୍ଯ୍ୟକାନ୍ତି କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ସୂର୍ଯ୍ୟକାନ୍ତି ଭତରା ର ମୃତ୍ୟୁ ଘଟିଥିଲା।ଆସନ୍ତା କାଲି ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି। ଅକସ୍ମାତ ବିଷଧର ସାପ କାମୁଡା ରେ ଝିଅ ର ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post