ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଦୁର୍ଗା ପୂଜା ନିମନ୍ତେ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ଚାରି ଘଣ୍ଟ ସମୟରେ ଦୁର୍ଗା ପୂଜା ପରିଚାଳନା କମିଟି ଓ ଗ୍ରାମବାସୀ ଡାବୁଗାଁ କନ୍ୟାଶ୍ରମ ନିକଟ ଅଙ୍ଗିନଦି ରେ ଯାଇ ଭୂମି ପୂଜନ ସହ ଦୁର୍ଗା ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ସଂଗ୍ରହ କରିଥିଲେ। ପୁରୋହିତ ଗଦାଧର ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ନଦୀ ପଠାରୁ ମାଟି ସଂଗ୍ରହ କରା ଯାଇଥିଲା।ଏଥିରେ ସହ ପୁରୋହିତ ଗୋବିନ୍ଦ ପଣ୍ଡା ,କର୍ତ୍ତା ଭାବେ ଶଶି ଭୂଷଣ ଜେନା, ବିକାଶ ନିଶଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଡାବୁଗାଁ ବସଷ୍ଟାଣ୍ଡ ପାର୍ଶ୍ଵ ଦୁର୍ଗା ମଣ୍ଡପ ଠାରେ ଆଗାମୀ ମାସରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ନୂତନ ପରିଚାଳନା କମିଟି ତରଫରୁ ଦୁର୍ଗାପୂଜା କୁ ମହା ଆଡମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତି ଜୋର୍ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଜେ ରାଜ ଶେଖର ରାଓ,ଉପ ସଭାପତି ଦିବ୍ୟ ରଞ୍ଜନ ରାୟ ପାତ୍ର,ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର , ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି,ଵାବି ଜେନା,ପ୍ରକାଶ ପଣ୍ଡା ,ଜି ସତ୍ୟା ରାଓ, ବଲ୍ଲଭ ପଣ୍ଡା ,ସୁରେଶ ବେହେରା, ସୌଭାଗ୍ୟ ବିଶ୍ବାଳ,ସନ୍ତୋଷ ପାତ୍ର, ନରେଶ ସିଂ, ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post