ଭଟଲି :- ଭଟଲି ଦଧିବାମନ ମହାବିଦ୍ୟାଳୟ ରେ “ସୁଭଦ୍ରା: ମହିଳା ସଶକ୍ତିକର
ଣ” କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ଅନୁମତିକ୍ରମେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକଙ୍କ ସଂଯୋଜନାରେ “ମହିଳା ସଶକ୍ତିକରଣ ଓ ସୁଭଦ୍ରା ଯୋଜନା” ବିଷୟକୁ କେନ୍ଦ୍ର କରି ଆୟୋଜିତ ହୋଇଥିବା ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସଭାପତିତ୍ୱ କରିଥିଲେ ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ହୋତା । ବିଚାରକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ସଂସ୍କୃତ ବିଭାଗୀୟ ମୁଖ୍ୟ ରାଜୀବ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ବିରାଟ ପଧାନ, ଓଡ଼ିଆ ଅଧ୍ୟାପିକା ସୀମା ବରିହା । ସହାୟତା କରିଥିଲେ ଇଂରାଜୀ ଅଧ୍ୟାପକ ଦୀପକ ପତି । ପରିଶେଷରେ ଇତିହାସ ଅଧ୍ୟାପିକା ନମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.