ବେଲଗୁଣ୍ଠା -(ଶିବରାମଚୌଧୁରୀ )-ବେଲଗୁଣ୍ଠାର ପ୍ରସିଦ୍ଧ ସାମୁହିକ ଶ୍ରୀ ଗଣେଶ ପୁଜା ଭସାଣି ମହୋତ୍ସବ ଶାନ୍ତିଶୃଙ୍ଖଳା ଓ ଉତ୍ସାହ ଉଦ୍ଦୀପନାର ସହିତ ସମାପ୍ତ ହୋଇଛିଯାଇଛି । ଏହାକୁ ଦେଖିବାକୁ ପ୍ରାୟ 15000 ରୁ ଉର୍ଦ୍ଧ ସ୍ରଢାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା । ଶୁକ୍ରବାର ସନ୍ଧ୍ୟା ୭ ଟା ଆରମ୍ଭହୋଇ ଏହା 10,30 ରେ ଶେଷ ହୋଇଥିବା ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନାଧିକାରୀ ବନବିହାରୀ ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ, ଏନ ଏ ସି କାଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ, ଦିଲିପ ଆଚାରୀ, ପ୍ରଦିପ ସେଠୀ, ବିଶ୍ୱନାଥ ଦଳେଇ, କାଉନସିଲର ପ୍ରତିନିଧି ରଞ୍ଜିତ ସାମଲ,ସନ୍ତୋଷ ସ୍ଵାଇଁ, ଚିଦାନନ୍ଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।
। ପୁର୍ବରୁ ଲଟେରୀ ମାଧ୍ୟମରେ ସ୍ଥାନ ନିର୍ଧାରିତ ହୋଇଥିବା ସଂଖ୍ୟା ଅନୁସାରେ ବେଲଗୁଣ୍ଠା ସହରର ସମସ୍ତ ମେଢ ସୁସଜ୍ଜିତ ହୋଇ ବିଭିନ୍ନ ବାଜା ରୋଷଣୀ ସହିତ ଚିତ୍ତାକର୍ଷକ ଶୋଭାଯାତ୍ରାରେ ଆଗମନ କରି ଅବସ୍ଥାନ କରିଥିଲେ । ସେଠାରେ ସ୍ୱତନ୍ତ୍ର ୧୦୮ ଆରତୀ ଅନୁଷ୍ଠିତ ହୋଇଥିଲା । ଭସାଣିରେ ଭାଗ ନେଇଥିବା ସମସ୍ତ ପୁଜା କମିଟି ର ଉତ୍ସାହ କୁ ଦ୍ୱିଗୁଣିତ କରିବା ପାଇଁ ବେଲଗୁଣ୍ଠା ନଗରପାଳଙ୍କ ସୌଜନ୍ୟରେ ଟ୍ରଫି ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ବିଘ୍ନେଶ୍ ୟୁଥ୍ କ୍ଳବ,ଆଳିଆ ସାହି, ଗୋପିନାଥ ସାହି,ରେଡିକା ସାହି,ଗୋଲା ସାହି,କେଉଟ ସାହି,ଅନଷ୍ଟପେବୁଲ୍ ବଏଜ୍,ଖଦାଳ ସାହି,ସୁଣ୍ଢି ସାହି, ମାଁ ବ୍ରାହ୍ମଣ ଦେବୀ କ୍ଳବ,କୋଳି ସାହି ହାଇସ୍କୁଲ ଛକ, ଧନିଜା ପଲ୍ଲୀ ଓ ଉଢୁରା ଠାକୁରାଣୀ କ୍ଳବ ପୁଜା କମିଟି ମାନେ ଏହି ଭସାଣି ରେ ଭାଗ ନେଇଥିଲେ । ବଡ଼ଦାଣ୍ଡ କାର୍ଯ୍ୟକ୍ରମ ପରେ ସମସ୍ତ ମେଢ ଧାଡ଼ି କ୍ରମାନ୍ୱୟରେ ବାଙ୍କ ବଜାର, ହାଟପଦା,ଆଳିଆ ସାହି ଓ ଗୋପିନାଥ ସାହି ଦେଇ ବାଲିଡି ସ୍କୁଲ ଠାରେ ଶୋଭାଯାତ୍ରା ସମାପ୍ତ କରି ଅଗ୍ରପୂଜ୍ୟଙ୍କୁ ବିସର୍ଜନ କରିଥିଲେ ।ପୁର୍ବାପେକ୍ଷା ଏହି ଭସାଣୀ କାର୍ଯ୍ୟକ୍ରମ ସରସ ସୁନ୍ଦର ହେଉଥିବା ଯୋଗୁଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଥିଲା ।ଭିଡ଼କୁ ଦୃଷ୍ଟିରେ ରଖି ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେକେଣ୍ଡ ଅଫିସର ଅଭୟ ପ୍ରଧାନ ଓ ସବ୍ ଇନ୍ସପେକ୍ଟର ନାରାୟଣ ନାୟକଙ୍କ ନେତୃତ୍ଵରେ ଦୁଇ ପ୍ଲାଟୁନ ଫୋର୍ସ ସହ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନଗରପାଳ ଫିରୋଜ କୁମାର ସେଠୀ, ଆମ ପୋଲିସ ସମିତି ଓ ପ୍ରେସ କ୍ଲବ ବେଲଗୁଣ୍ଠା ମିଳିତଭାବେ ଆୟୋଜନ କରିଆସୁଛନ୍ତି । ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପରାମର୍ଶରେ
ବେଲଗୁଣ୍ଠା ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସମ୍ପାଦନା କରିଥିବା ବେଳେ ପ୍ରେସ୍ କ୍ଳବର ଅନ୍ୟତମ ସଦସ୍ୟ ସୁଶାନ୍ତ କୁମାର ବେହେରା ମଞ୍ଚ ସଂଯୋଜନା, ସଦସ୍ୟ ସୁରେଶ ସୁବୁଦ୍ଧି, ତୋଫାନ କୁମାର ସାହୁ, ଶିବରାମ ଚୌଧୁରୀ,ନାରାୟଣ ପଣ୍ଡା ଓ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.