ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଙ୍କୁଶପୁର ନିବାସୀ ବି ଗୋବିନ୍ଦ ରାଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଦେଇ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି |ଭୁବନେଶ୍ୱର ରେଡ଼କ୍ରସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଥମିକ ସହାୟତା ଦିବସ ପାଳନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗି ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ |ରାଜ୍ୟ ସ୍ତରରେ ବିଭିନ୍ନ ସମୟରେ କଲେଜ଼ ଏବଂ ଅନୁଷ୍ଠାନ ମାନଙ୍କରେ ପ୍ରଶିକ୍ଷଣ ଦେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ |ସରକାରଙ୍କ ଦ୍ୱାରା ସମ୍ପ୍ରତି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହାର କମାଇବା ପାଇଁ ରକ୍ଷକ ପ୍ରଶିକ୍ଷଣର ମୁଖ୍ୟ ପ୍ରଶିକ୍ଷକ ଅଟନ୍ତି |ଏହି ଅବସରରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଓଡିଶା ଶାଖାର ପୂର୍ବତନ ସଚିବ ସିଟିଏମ ସୁଗୁଣା, ଯୁବ ରେଡ କ୍ରସ ଅଧିକାରୀ ଡ଼ ରମେଶ ବେହେରା, କନିଷ୍ଠ ରେଡ଼କ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ, ରାଜ୍ୟ ଯୁବରେଡ଼କ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ସଂଯୋଜିକା ସଂଯୁକ୍ତା ବାରିକ ପ୍ରମୁଖ ମଂଚାସୀନ ଥିଲେ |ଏଥିପାଇଁ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ, ଯୁବ ରେଡ଼କ୍ରସ ଜ଼ିଲ୍ଲା ସମ୍ପାଦକ ଡ଼ ମିଲିମିତା ପାଢ଼ି, ଜ଼ିଲ୍ଲା ସଂଯୋଜକ ଡ଼ ଜଗଦୀଶ ପାଲ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post