ଜିଲ୍ଲା ସ୍ତରୀୟ “ସ୍ଵଚ୍ଛତା ହିଁ ସେବା” ପ୍ରସ୍ତୁତି ବୈଠକ ଅନୁଷ୍ଠିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ “ସ୍ଵଚ୍ଛତା ହିଁ ସେବା” ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଡ଼.ଗୁଣନିଧି ନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ଓ ସେଞ୍ଚୁରୀୟନ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ପାଢୀ ପ୍ରମୁଖ ଯୋଗଦେଇଥିଲେ।
ଏହି ପ୍ରସ୍ତୁତି ବୈଠକରେ ସ୍ବଚ୍ଛତା ହିଁ ସେବା ର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ନିଜ ଅଞ୍ଚଳର ପରିବେଶକୁ ସ୍ୱଚ୍ଛ ରଖିବା ସହିତ ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଆସନ୍ତା ୧୭ ସେପ୍ଟେମ୍ୱର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି , ଏହି ପରିପେକ୍ଷୀ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସହିତ , ଡ଼ଷ୍ଟବିନ ବ୍ଯବହାର କରିବା ସହିତ ପଲିଥିନ ଓ ପ୍ଲାଷ୍ଟିକ ଜିନିଷକୁ ବ୍ୟବାହର ନ କରିବା ଓ ଅନ୍ୟାନ୍ୟ ଅଧରକାରୀ ଜିନିଷକୁ ବାହାରେ ନ ପକାଇ ରଖାଯାଇଥିବା ଡଷ୍ଟବିନ ରେ ପକାଇବା ପାଇଁ ସମସ୍ତ ଜନସାଧାରଣଙ୍କୁ ସଚେତନତା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ଆସନ୍ତା ୨୫ ତାରିଖ ଦିନ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ,ବ୍ଲକ୍ , ସହରାଞ୍ଚଳ , ବ୍ୟବସାୟ ପ୍ରତିଷ୍ଠାନ , ମାର୍କେଟ କମ୍ପ୍ଲେକ୍ସ ଓ ଶିକ୍ଷା ଅନୁଷ୍ଠାନ ଇତ୍ୟାଦି ଗୁଡିକରେ ସଫେଇ କରିବା ସହିତ ଖାଲି ଥିବା ସ୍ଥାନ ଗୁଡିକରେ ଗଛ ଲଗେବକୁ ଅନୁରୋଧ କରିଥିଲେ।
ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ବଚ୍ଛତା ସମ୍ପର୍କିତ ବୈଠକ , ସଫେଇ କାମ , ଶପଥ ପାଠ ଉତ୍ସବ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରିବା ସହିତ ସମ୍ପୁର୍ଣ୍ଣତା ସଚେତନତା କରାଯିବ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ଜିଲ୍ଲାର ସମସ୍ତ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସମସ୍ତ ଜନସାଧାରଣ ନିଜ ନିଜ ଅନୁଷ୍ଠାନ ଓ ଅଞ୍ଚଳରେ ସଚେତନତା କରିବାକୁ ଅନୁରୋଧ କରାଯାଇଛି।
ଆଜିର ଏହି ବୈଠକରେ କାର୍ଯ୍ୟକ୍ରମରେ ପାରଳା ନିର୍ବାହୀ ଅଧିକାରୀ ଶ୍ରୀ ଗୌରା ଚନ୍ଦ୍ର ପଟ୍ଟନାୟକ , ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ , ଜିଲ୍ଲାପରିଷଦ କାର୍ଯ୍ୟାଳୟର ସ୍ୱଚ୍ଛତା ହିଁ ସେବାର ଶ୍ରୀ ଜି.ଅନିଲ ବାବୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.