ବିଷାକ୍ତ ଜୀବ କାମୁଡ଼ାରେ ନବମ ଶେଣୀ ଛାତ୍ରଙ୍କ ମୁତ୍ୟୁ

2

 ବାଣପୁର (ସେକ କୌସର )ବାଣପୁର ଥାନା ଅନ୍ତର୍ଗତ ବେତୁଲି ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ର ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ଯିବ କାମୁଡି ଦେଇଥିବା ବେଳେ ତାହାର ମୃତ୍ୟୁ ଘଟିଛି l ଛାତ୍ର ଜଣକ ବେତୁଲି ଗ୍ରାମର ପାଣ୍ଡଵ ସ୍ୱାଇଁଙ୍କ ପୁତ୍ର ତ୍ରୈଲୋକ୍ୟ ସ୍ୱାଇଁ ବୋଲି ଜଣାପଡିଥିବା ବେଳେ ସେ ବାଣପୁର ସରସ୍ବତୀ ଶିଶୁ ମନ୍ଦିରରେ ନବମ ଶ୍ରେଣୀର ଛାତ୍ର ଅଟେ l ଗତକାଲି ରାତିରେ ବିଷାକ୍ତ ଯିବ କାମୁଡ଼ିଥିବା ପରିବାର ଲୋକ କହିଥିବା ବେଳେ ଛାତ୍ର ଜଣଙ୍କର ଜଙ୍ଘରେ ଦାଗ ଥିବା ଜଣାପଡିଛି l ତେବେ ସକାଳେ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ବେଳେ ରାସ୍ତାରେ ଛାତ୍ର ଜଣକ ମୃତ୍ୟୁ ବରଣ କରିଛନ୍ତି l ମୃତ୍ୟୁ ଖବର ସ୍କୁଲରେ ପହଁଚିଲା ପରେ ଏକ ଶୋକ ସଭା କରାଯାଇ ଅଧାରୁ ବିଦ୍ୟାଳୟ ବନ୍ଦ କରିଦିଆଯାଇଥିଲା l ଶବ ଗ୍ରାମରେ ପହଁଚିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଛାତ୍ର ଜଣଙ୍କର ବାପା ଦୀର୍ଘ ବର୍ଷ ଧରି ବିଦେଶରେ ଥିବାବେଳେ ତ୍ରୈଲୋକ୍ୟ ତାଙ୍କର ଏକମାତ୍ର ପୁଅଥିଲା l ସରପଞ୍ଚ ସାବିତ୍ରୀ ଭୋଳ ପହଂଚି ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି l

Leave A Reply

Your email address will not be published.