ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଏକାଡେମିକ୍ ମିଟ

2

ଭୁବନେଶ୍ୱର, ୧୦/୦୯ : ପୂର୍ବରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦକ୍ଷିଣ ଓଡ଼ିଶାର ରୋଗୀଙ୍କୁ ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀଠାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର କ୍ୟାମ୍ପସ ୩ ଆରମ୍ଭ ହେବା ପରେ ଦକ୍ଷିଣ ଓଡ଼ିଶା ବିଶେଷକରି ବ୍ରହ୍ମପୁରବାସୀଙ୍କର ଚିକିତ୍ସା ନିମନ୍ତେ ଅନ୍ୟ ସହର ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ରବିବାର ସମ ହସ୍ପିଟାଲ କ୍ୟାମ୍ପସ-୩ ଏବଂ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଏକ ଏକାଡେମିକ୍ ମିଟରେ ମତ ପ୍ରକାଶ ପାଇଛି ।
ଏହି ଅବସରରେ ଆଇଏମ୍ଏ ବ୍ରହ୍ମପୁର ଶାଖାର ସଭାପତି ଡାକ୍ତର ବାଙ୍କବିହାରୀ ଦାସ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କିଛି ବର୍ଷ ପୂର୍ବେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ଏକ ସାକ୍ଷାତ ଆଲୋଚନା ସମୟରେ ସେ ଓଡ଼ିଶାର ଶିକ୍ଷା କ୍ଷେତ୍ର ପାଇଁ ପ୍ରଫେସର ନାୟକଙ୍କର କ’ଣ ଆଭିମୁଖ୍ୟ ରହିଛି ତାହା ଅନୁଭବ କରିପାରିଥିଲେ । ଦୀର୍ଘ ବର୍ଷ ପରେ ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଉପସ୍ଥିତ ରହି ପ୍ରଫେସର ନାୟକଙ୍କର ସେଦିନର ଚିନ୍ତା ବାସ୍ତବ ରୂପ ନେଇଛି ବୋଲି ସେ ମତ ଦେଇଥିଲେ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇଏମଏର ସଂପାଦକ ଡାକ୍ତର କମଳାକାନ୍ତ ପାଣିଗ୍ରାହୀ କହିଥିଲେ ଯେ ସମ୍ ହସ୍ପିଟାଲର ତୃତୀୟ କ୍ୟାମ୍ପସ୍ ବ୍ରହ୍ମପୁରରେ ଆରମ୍ଭ ହେବା ଖୁସିର ବିଷୟ । ହସ୍ପିଟାଲ୍ଟି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭିତିଭୂମୀକୁ ଏଭଳି ବିକାଶ କରୁ ଯାହା ଦ୍ୱାରା କି ବ୍ରହ୍ମପୁରବାସୀଙ୍କୁ ନିଜର ଚିକିତ୍ସା ପାଇଁ ଅନ୍ୟ କୁଆଡେ଼ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ ।
ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଅଯୋଧ୍ୟାନାଥ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଦେ୍ର୍ଧଶକ ଶ୍ରୀ ଦେବପ୍ରସାଦ ଦାଶ କାଯ୍ୟକ୍ରମର ଆଭିମୁଖ୍ୟ ସଂର୍ପକରେ ବିସ୍ତୃତ ବିବରଣୀ ରଖିଥିଲେ । ଏ ଦିଗରେ ଆଇଏମଏ ମଧ୍ୟ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବ ବୋଲି ଡାକ୍ତର ପାଣିଗ୍ରାହୀ କହିଥିଲେ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଆଇଏମଏ ବ୍ରହ୍ମପୁର ଶାଖାର କୋଷାଧ୍ୟକ୍ଷ ଡାକ୍ତର ପ୍ରେମରାଜ ପାଣିଗ୍ରାହୀ କହିଥିଲେ ଯେ ବ୍ରହ୍ମପୁରରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ଦେଶର ଅନ୍ୟାନ୍ୟ ସହରଠାରୁ ଅପେକ୍ଷାକୃତ କମ । ଏହି ସ୍ଥାନରେ ସମ୍ ହସ୍ପିଟାଲ ସ୍ଥାପନ ସହ ଉନ୍ନତ ଚିକିତ୍ସାର ସୁଯୋଗ ସୃଷ୍ଟି ହୋଇଥିବା ଆନନ୍ଦର ବିଷୟ ବୋଲି ସେ କହିଥିଲେ ।
ଏକାଡେମିକ୍ ମିଟ୍ରେ ପ୍ରଫେସର ଡାକ୍ତର ନାରାୟଣ ମିଶ୍ର ‘ରିସେଂଟ ମ୍ୟାନେଜମେଂଟ ଅଫ୍ ସିଓପିଡି’, ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ ‘ସିଜର ବନାମ୍ ସୁ୍ୟଡୋସିଜର’, ଡାକ୍ତର ବଦ୍ରି ଦଣ୍ଡପାଣି ‘ଷ୍ଟେମି –କେସ୍ ବେସ୍ଡ ଆପ୍ରୋଚ୍ ଆଣ୍ଡ ମ୍ୟାନେଜମେଂଟ’ ଏବଂ ଡାକ୍ତର ଶୁଭାଶିଷ୍ ପଟ୍ଟନାୟକ ‘ରୋଲ୍ ଅଫ୍ ଫିଜିଓ ଥେରାପି ଫର୍ ଲୋ ବ୍ୟାକ୍ ପେନ୍’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ । ଡାକ୍ତର ରିତିକା ସେନଙ୍କ ସଂଯୋଜନାରେ ଆଇଏମ୍ଏ କର୍ମକର୍ତା ଓ ବରିଷ୍ଠ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହସ୍ପିଟାଲ ଡେପୁଟି ସୁପରିଟେଣ୍ଡେଂଟ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଅର୍ଚ୍ଚନା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସମସ୍ତ ଡାକ୍ତର, ନର୍ସିଂ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.