ପଦ୍ମପୁର :- ଜିଇଁ ଜାଗି ଥିଲେ ବର୍ଷେ…. ଆର ଥର ମାନ୍ମା ହର୍ସେ… ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ର ସ୍ଵେଛାସେବୀ ଅନୁଷ୍ଠାନ ଏ.ବି.ସି.ଡି. (ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ )ତରଫରୁ ନୁଆଁଖାଇ ଭେଟଘାଟ ସ୍ଥାନୀୟ ରାଜବୋଡା ସମ୍ବର୍ ହାଇସ୍କୁଲ ପରିସରରେ ମହା ଧୂମଧାମ ରେ ପାଳିତ ହୋଇଯାଇଛି। ପ୍ରଥମେ ଗାଁ ର ଝାଙ୍କର ସୁରେଶ ଡୁଡୁକା ଙ୍କୁ ଅନୁଷ୍ଠାନ ର ସଭାପତି ଅନିଲ ବେହେରା ଉପଢୌକନ ଦେଇ ସ୍ୱାଗତ କରିବା ପରେ ଝାଙ୍କର ଦ୍ୱାରା ମାଁ ସମଲେଶ୍ୱରୀ ଙ୍କ ପୂଜାର୍ଚନା କରଯାଇଥିଲା। ଏକ ଟଙ୍କିଆ ସ୍କୁଲ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସମ୍ପାଦକ ରଘୁନାଥ ପୁରୀ ତାଙ୍କର ସମ୍ପାଦକୀୟ ପାଠ କରିଥିଲେ। ସଙ୍ଗଠନ ର ଉପଦେଷ୍ଠା ନାଟ୍ୟକାର ଶ୍ରୀ କେଶରଞ୍ଜନ ପଧାନ ଓ ନାଟ୍ୟକାର ଶ୍ରୀ ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ସୁଶାନ୍ତ ମିଶ୍ର ନୂଆଖାଇ ଉପରେ ଦର୍ଶକ ଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ପରେ ପ୍ରଜ୍ଞାପ୍ରାପ୍ତି ନାଥ ସମଲେଶ୍ୱରୀ ଭଜନ ଗାନ କରିଥିଲେ। ଚାଷୀ ଶ୍ରୀ ଭୁବନ ନାୟକ ଙ୍କୁ ଉତ୍କୃଷ୍ଟ ଚାଷୀ ଭାବରେ ବରଗଡ ସାଂସଦ ଶ୍ରୀମାନ ପ୍ରଦୀପ ପୁରୋହିତ ଓ ପୂର୍ବତନ ଅଧ୍ୟାପକ ଶ୍ରୀ ପତିତପାବନ ସାହୁ ମାନପତ୍ର ଓ ଉପଢ଼ୌକନ ଦେଇ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାଂସଦ ଶ୍ରୀ ପୁରୋହିତ ତାଙ୍କର ପ୍ରିୟ ଗୀତ ବୁଡ଼ା ଡ଼ଙ୍ଗର ଗୀତ ଗାଇ ଦର୍ଶକଙ୍କ ମନ ମୋହି ନେଇଥିଲେ। ରଙ୍ଗୋଲି ଝୋଟି ଓ କଣ୍ଠ ସଂଗୀତ ପ୍ରତିଯୋଗୀ ଙ୍କୁ ନାଟ୍ୟକାର ଶ୍ରୀ କେଶରଞ୍ଜନ ପଧାନ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଚଳିତ ବର୍ଷ ବର୍ଷା ସମୟରେ ପଦ୍ମପୁର ଅଙ୍ଗ ନଦୀରେ ଅତ୍ୟଧିକ ଜଳ ପ୍ରଭାହିତ ଯୋଗୁ ନଦୀ ରେ ଭାସି ଯାଉଥିବା ଦୁଇ ଜଣ ବାଳକ କୁ ନିଜ ଜୀବନ କୁ ବାଜି ଲଗାଇ ନଦୀରୁ ବଞ୍ଚେଇ ଥିବା ସୁଶାନ୍ତ ଭଏଁଶାଲ, ସୋମଶ୍ୱସ୍ତିକ ବରିହା ଓ ୟୋଗେଶ ସାହୁଙ୍କୁ ସାହସିକ ଯୋଗୁ ପଦ୍ମପୁର ଏନ.ଏ.ସି ର ପୂର୍ବତନ ନଗରପାଳ ଶ୍ରୀ ପ୍ରିତମ ମେହେର ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଵର୍ଦ୍ଧିତ କରିଥିଲେ। ମାଁ ଶାରଳା ଝୁମର,ବୈଷ୍ଣବପାଣି ଲୋକନୃତ୍ୟ ସଂଗୀତ,ଶଶୀମନୀ କଲାତ୍ମିକା,କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ,ପଦ୍ମପୁର ସଂଗୀତ ସମିତି ତାଙ୍କର ନୃତ୍ୟ ପରିବେଷଣ କରିଥିଲେ। ପଶ୍ଚିମବଙ୍ଗ ପୁରୁଳିଆ ଛଉ ମହିଷାମର୍ଦ୍ଧିନୀ ଓ ଜଟଣୀ ର ଓଡିଶୀ ନୃତ୍ୟ ଦର୍ଶକ ମଣ୍ଡଳୀଙ୍କୁ ମନ ମୁଗ୍ଧ କରି ପାରିଥିଲେ। ପଦ୍ମପୁର ପୋଲିସ ଦର୍ଶକ ଙ୍କୁ କ୍ଷୀରି ବଣ୍ଟନ କରିଥିଲେ। ନୂଆଖାଇ ଭେଟଘାଟ ର ମଞ୍ଚକୁ ସାଜସଜ୍ଜା ରମେଶ ଗୁର୍ଲା ଓ ଆଶିଷ ବୈକାର କରିଥିବା ବେଳେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଞ୍ଜନ ପଧାନ ଓ ସୋନାଲିକା ଶବର ପରିଚାଳନା କରିଥିଲେ। ଏବିସିଡି ସଦସ୍ୟ ସହ ସମ୍ପାଦକ ପ୍ରତାପ ନାଥ, ସମ୍ପଦ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ସହଦେଵ ମେହେର, ଅମୀୟ ପୁରୋହିତ, ରବୀନ୍ଦ୍ର ଦାଶ, ସୁନୀଲ ଭୋଇ, ଇନ୍ଦ୍ରମଣି ପୁରୋହିତ, ସୁରେଶ ମିଶ୍ର, ସରୋଜ ଦାନି, ସୁଶାନ୍ତ ସରାଫ, ସରୋଜ ଯୋଶୀ, ତୁଷାର ପଧାନ, ଟୁନା ବାରିକ, ଏକ ଟଙ୍କିକିଆ ସ୍କୁଲ ର ଗୁରୁ ସୁରେନ୍ଦ୍ର ସାହୁ, ବିପିନ, ମନିସ ରଥ, ଦୀପକ ଦାଶ, ଗୋପବନ୍ଧୁ ଶିକା,ରାଜେଶ ଗୁର୍ଲା, ଅଶ୍ୱିନୀ ପଟେଲ, ଅଞ୍ଜଳି ପରିଡା ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ଭିଡିଓ ଫୋଟୋ ବିକ୍ରମ ପଧାନ ଓ ଟେଣ୍ଟ ସାଜସ
Sign in
Sign in
Recover your password.
A password will be e-mailed to you.