(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଣେଶଙ୍କ ପୂଜା ପଲ୍ଲୀପୁର ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତଥା ବିଶେଷ କରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାରମ୍ପରିକ ପଦ୍ଧତି ରେ ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର ଆର୍ଟ କଲେଜ, ଖୋଲସାହି, କରଣସାହି, ଜଗନ୍ନାଥ ମନ୍ଦିର ସାହି,ସାମନ୍ତ ସାହି, ଧରାକୋଟ ସାହି, ତେଲିସାହି ର ଗଣେଶ ପୂଜା ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି। ଏଅଵସରରେ କହିବାକୁ ଗଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତା’ର କଳା ସଂସ୍କୃତି ସଭ୍ୟତାକୁ ବଞ୍ଚାଇ ରଖି ଥିବା ର ପରିଦୃଶ୍ୟ ମାନ ହେଉଛି। ଉକ୍ତ ଗଣେଶ ପୂଜା ରେ ବହୁ ଦୂରଦୂରାନ୍ତରୁ ଲୋକ ମାନେ ବିଭିନ୍ନ ମେଢ଼ ଗୁଡ଼ିକୁ ବୁଲି ଦେଖିଥିଲେ ବୋଲି ଜଣାପଡିଛି। ଆଜିର ଏ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟରେ ପିଲାମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ, ଅନ୍ୟାନ୍ୟ ମେଢ଼ ରେ ମଧ୍ୟ ସମ୍ପର୍କିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏବଂ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post