ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ବିଘ୍ନରାଜ ଗଣେଶ ଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ବିଘ୍ନେଶ୍ୱରାୟ ଯୁବକ ସଂଘ , ବସ। ଷ୍ଟାଣ୍ଡ ନିକଟ ଦୁର୍ଗା ମଣ୍ଡପ , ଜୟନ୍ତିନଗର ଗାନ୍ଧୀ ଯୁବକ ସଂଘ, ନୂଆ ଗୁଡା, ଭେଲୁଆ ଗୁଡା, ରିଭିନ୍ୟୁ ସାହି, ଡଙ୍ଗରି ଗୁଡା ଓ ଭରତ ଗୁଡା ଠାରେ ଗଣେଶ ପୂଜା ପାଉଛନ୍ତି। ବିଶେଷ କରି ବିଘ୍ନେଶ୍ୱରାୟ ଯୁବକ ସଂଘ, ବସ ଷ୍ଟାଣ୍ଡ ନିକଟ ଦୁର୍ଗା ମଣ୍ଡପ ଓ ଜୟନ୍ତୀ ନଗର ଗାନ୍ଧୀ ଯୁବକ ସଂଘ ଠାରେ ସୁନ୍ଦର ଆଲୋକ ମାଳା ସହ ଗଣେଶ ଙ୍କ ମୂର୍ତ୍ତି ଅତି ସୁନ୍ଦର ହୋଇଥିବା ଦେଖିବାକୁ ମିଳିଛି। ସେହି ପରି ଡାବୁଗାଁ ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ସରସ୍ଵତୀ ଶିଶୁ ମନ୍ଦିର ରେ ନୂତନ ଛାତ୍ରଛାତ୍ରୀ ମାନେ ଆଜି ଖଡ଼ି ଛୁଇଁ ଗୁରୁଜୀ ଗୁରିମା ଙ୍କ ନିକଟରୁ ବିଦ୍ୟାରମ୍ଭ ନିମନ୍ତେ ପୂଜାର୍ଚ୍ଚନା କରିଥିଲେ। ଗଣେଶ ପୂଜା ନିମନ୍ତେ ଆଜି ଡାବୁଗାଁ ଚଳଚଞ୍ଚଳ ହେବା ସହ ଦୋକାନ ବଜାର ରେ ମଧ୍ୟ ଭିଡ ଦେଖିବାକୁ ମିଳିଛି। ଏହି ଅବସରରେ ଗଣେଶ ପୂଜା ପେଣ୍ଡାଲ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାଁ ଗହଳି ରେ ମଧ୍ୟ ବିଘ୍ନରାଜ ଗଣେଶ ଙ୍କ ପୂଜା ଅତି ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post