ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବର୍ତୁଣ୍ଡା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀରେ ପାଠ ପଢ଼ୁଥିବା , ନିଲାଥର ଗ୍ରାମର ଶ୍ରୀ ଲୋକନାଥ ସାହୁ ଙ୍କର ପୁତ୍ର ଶ୍ରୀ ଧବଳେଶ୍ବର ସାହୁ ଙ୍କୁ ନେଇ ଏବେ ଅଂଚଳରେ ଖୁବ ଚର୍ଚା । କାରଣ ଧବଳେଶ୍ବର ଯିବେ ଗୁଜୁରାଟ । କେନ୍ଦ୍ର ସରକାର ଙ୍କର ପ୍ରେରଣା କାର୍ଯକ୍ରମ ମାଧ୍ୟମ ରେ 31 ନମ୍ବର ବେଚ ରେ ଓଡିଶା ରୁ ମାତ୍ର ଦୁଇ ଜଣ ଛାତ୍ର ଙ୍କୁ ଚୟନ କରାଯାଇଛି । ସେ ଭିତରେ ଧବଳେଶ୍ବର ଜଣେ । ଆସନ୍ତା ଅକ୍ଟୋବର ମାସ 6 ତାରିଖ ଦିନ , ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କର ପ୍ରତାକ୍ଷ ତତ୍ୱବାଧାନ ରେ ଧବଳେଶ୍ବର ଗୁଜୁରାଟ ର ବଡ଼ନଗତ ଅଭିମୁଖେ ଯାତ୍ରା କରିବେ । ସେହିଠାରେ ସେ 10 ଦିନ ବିଭିନ୍ନ ସ୍କୁଲ ରେ ଅଧ୍ୟୟନ କରବା ସହିତ ଅନେକ କିଛି ଶିଖିବାଟ ସୁଯୋଗ ମଧ୍ୟ ପାଇବେ । ଧବଳେଶ୍ବର ଙ୍କର ସଫଳତା ପାଇଁ ତାଙ୍କର ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ସ୍ଥାନୀୟ ଲୋକେ , ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସୁବେଛା ଜଣାଇବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।।
Sign in
Sign in
Recover your password.
A password will be e-mailed to you.
Prev Post