ଡାବୁଗାଁ -: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନା ଗୁଡା ଠାରେ ମୁନ ଲାଇଟ୍ ଚାରିଟେବଲ୍ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପ୍ରସାରଣ ନିମନ୍ତେ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଛି। ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପାଦକ ପ୍ରସାଦ କୁମାର ଛାଟୋଇ ଙ୍କ ଦ୍ଵାରା ଆଜି ଧାମନା ଗୁଡା ଠାରେ ଭୂମି ପୂଜନ କରାଯାଇଥିଲା। ୨୦୦୯ ମସିହା ରେ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଠାରେ ସ୍ବର୍ଗତ ବି ବି ଛାଟୋଇ ଏକ ନର୍ସିଂ କଲେଜ ଖୋଲିବା ନେଇ ସାହସିକ ପଦକ୍ଷେପ ନେଇଥିଲେ। ଏ ଅଞ୍ଚଳ ର ଆର୍ଥିକ ଅନଗ୍ରସର ତଥା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଦେବା ପାଇଁ ନର୍ସିଂ କଲେଜ ଆରମ୍ଭ କରିଥିଲେ। ୨୦୧୧ ମସିହାରେ ନର୍ସିଂ କଲେଜ ସ୍ଵୀକୃତି ପାଇଲା ପରେ ଆଉ ପଛକୁ ଫେରି ନ ଥିଲା। ପ୍ରତିବର୍ଷ ସହ ସହ ସଂଖ୍ୟାରେ ଏଠାରେ ନର୍ସିଂ ଶିକ୍ଷା ଗ୍ରହଣ ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ନିଯୁକ୍ତି ପାଇବା ର ସୁଯୋଗ ପାଇ ଥିଲେ। ତେବେ କୋରନା ରେ ଆକ୍ରାନ୍ତ ହୋଇ ଶ୍ରୀ ଛାଟୋଇ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବାପା ଙ୍କ ନାମରେ ବିବି ଛାଟୋଇ ନର୍ସିଂ କଲେଜ ପରିଚାଳନା କରି ଆସୁଛନ୍ତି। ଧୋଡ୍ରା ନର୍ସିଂ କଲେଜ ର ସ୍ଥାନ ଅଭାବ ଯୋଗୁ ଏହାକୁ ସମ୍ପ୍ରସାରିତ କରିବା ପାଇଁ ଆଜି ଧାମନା ଗୁଡା ଠାରେ ସାଢ଼େ ୪ ଏକର ପରିମିତ ସ୍ଥାନରେ ଭୂମି ପୂଜନ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲା ର ମେଡିକାଲ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବି ବି ଛାଟୋଇ ନର୍ସିଂ କଲେଜ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ କେମ୍ପସ ମଧ୍ୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ନର୍ସିଂ କଲେଜ ର ସମ୍ପାଦକ ପ୍ରସାଦ ଛାଟୋଇ ପ୍ରକାଶ କରିଛନ୍ତି ।୨୫.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ଅତ୍ୟାଧୁନିକ ନର୍ସିଂ କଲେଜ ଆଗାମୀ ୨୦୨୬ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଶେଷ ହେବ ବୋଲି ଜଣା ପଡ଼ିଛି। ଆଜିର ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହେବା ସହ ନର୍ସିଂ କଲେଜ ର ସମସ୍ତ ଷ୍ଟାଫ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post