୨୦୧୯ ବିଜେପି କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବ – ଡ. ଗମାଙ୍ଗୋ

0

ଭଦ୍ରକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ବୈଠକକୁ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ରାଜ୍ୟରେ ବିଜେଡି ସରକାର କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାରେ ବାଧକ ସାଜିଛି ବୋଲି କହିବା ସଂଗେ ସଂଗେ ‘ପିଠା’ କାର୍ଯ୍ୟକ୍ରମ ନାଁରେ ସରକାରୀ ଅର୍ଥକୁ ଦଳୀୟ ପ୍ରଚାରରେ ଉପଯୋଗ କରୁଥିବା ଶ୍ରୀ ସେଠୀ ଅଭିଯୋଗ କରିଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗୋ ତାଙ୍କ ବକ୍ତବ୍ୟରେ ବିଜେଡି ସରକାରର ଜନ ସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ନିନ୍ଦା କରିବା ସଂଗେ ସଂଗେ ଆଗାମୀ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକାରିଣୀରେ ସାଂଗଠନିକ ଓ ରାଜନୈତିକ ପ୍ରସ୍ତାବ ଆଗତ ହୋଇ ପାରିତ ହୋଇଥିଲା । ଆସନ୍ତା ଡିସେମ୍ବର ୨୫ ତାରିଖରେ ଅଟଳଜୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବରେ ପାଳନ କରାଯିବା ସଂଗେ ସଂଗେ ବୁଥ୍ ସ୍ତରରେ ମଧ୍ୟ ପାଳନ କରାଯିବ । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ମଧ୍ୟରେ ବୁଥ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ବିପିନ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି, ପ୍ରଦିପ ନାୟକ, ମାଧବାନନ୍ଦ ମଲ୍ଳିକ, ଭାଷ୍କର ସାହୁ, ରଞ୍ଜିତା ସ୍ୱାଇଁ, ଅଧର ମଲ୍ଳିକ, ରଞ୍ଜନ ସ୍ୱାଇଁ, ପ୍ରଭାତ ମହାନ୍ତି, ସୁରେଶ ସାମଲ, ବୁଦ୍ଧଦେବ ଜେନା, ମଙ୍ଗରାଜ ନାୟକ, ଅଶୋକ ପୁହାଣ, ଦୁର୍ଗାଚରଣ ନାୟକ, ଅଶୋକ ସାହୁ, ରାଜୀବ ମହାନ୍ତି, ପ୍ରଦିପ୍ତ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢିଆରୀ, ପ୍ରଭାତ ଜେନା, ଉପସଭାପତି ତପନ ମହାନ୍ତି, ଅମ୍ବିକା ଦାସ, ବିଦ୍ୟାଧର ସାହୁ, ସମ୍ପାଦିକା ମାଳତୀଲତା ସାହୁ ଏହାକୁ ପରିଚାଳନା କରିଥିଲେ ।  

Leave A Reply

Your email address will not be published.