ଧାନ ବିକି ନ ପାରି ବିଷ ପିଇଥିବା ଚାଷୀକୁ ଭେଟିଲେ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି

0

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ଧାନରେ ଅଧିକ ମାତ୍ରାରେ ଆର୍ଦ୍ରତା କହି ମିଲର ଜଣେ ଚାଷୀଙ୍କ ଠାରୁ ଧାନ ନ କିଣି ଫେରାଇଦେବାରେ ଚାଷୀ ସାବରଙ୍ଗ ଗୋପାଳସାହି ଗ୍ରାମର ହରମୋହନ ବାରିକ ମ୍ରିୟମାଣ ହୋଇ ସାବରଙ୍ଗ ସେବା ସମବାୟ ସିମତି ପରିସରରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା ଜିଲ୍ଳାର ଚର୍ଚ୍ଚାର ବିଷୟ ହୋଇଛି । ବିଷ ପିଇବା ପରେ ଗୁରୁତର ହୋଇ ହରମୋହନ ଏବେ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଆଜି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଭଦ୍ରକ ମେଡିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏଥି ସହ ସରକାରଙ୍କ ଧାନକିଣା ନୀତିକୁ ଘୋର ବିରୋଧ କରିବା ସହିତ ମିଲରମାନେ ଜିଲ୍ଲା ପ୍ରଶାସନର ଭାଗିଦାରୀରେ ଚାଷୀଙ୍କୁ ଲୁଟୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଳା ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହିତ କୌଣସି ଆଲୋଚନା କରା ନ ଯିବା ଏପରିକି ହରମୋହନଙ୍କ ଗ୍ରାମକୁ ଯାଇଥିବା ପ୍ରଶାସନିକ ଅଧିକାରୀମାନେ ସେଠାରେ ଏକଜୁଟ ଥିବା ଚାଷୀଙ୍କ ସହିତ ଏ ସମ୍ପର୍କରେ କୌଣସି ଆଲୋଚନା ନ କରିବା ନେଇ ଶ୍ରୀ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ମିଲର ଓ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ ସହିତ ଏଥିରେ ସଂପୃକ୍ତ ଥିବା ସମସ୍ତ ସମିତି କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣାରେ ପ୍ରଶାସନ ଚୂପ ରହିଲେ ଜିଲ୍ଳା କଂଗ୍ରେସ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତିଙ୍କ ସହିତ ଗୋଲକ ମହାପାତ୍ର, ଶଶୀକାନ୍ତ ବେହେରା, ବରେନ୍ଦ୍ର ମହାପାତ୍ର, ଗଣେଶ ତ୍ରିପାଠୀ, ସୁଶାନ୍ତ ପଲେଇ, ଉଦୟ ଭଞ୍ଜ, ହେମନ୍ତ ବଳ, ଖଗେଶ୍ୱର ଜେନା, କାଳନ୍ଦୀ ଜେନା, ଗୌରାଙ୍ଗ ଜେନା, ସୁରେନ୍ଦ୍ର ଖୁଣ୍ଟିଆ, ମୁରଲୀଧର ରଣା, ସୀତାରାମ ଜେନା, ଜଳଧର ମଲ୍ଲିକ, ସନ୍ତୋଷ ପାତ୍ର, ବାବାଜୀ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଗୁରୁତର ହରମୋହନଙ୍କୁ ମେଡିକାଲରେ ଭେଟିଛନ୍ତି । 

Leave A Reply

Your email address will not be published.