ଜୀବନ ଯୁଦ୍ଧରେ ରମାଙ୍କ ସଂଘର୍ଷ

3

ଜଗତସିଂହପୁର ତା 06:09:2024 ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ସ୍ଥିତ ରସଲପୁର ଗ୍ରାମରେ ରାମାନାଥଙ୍କ ଘର l ଘରେ କହିଲେ ନୁଆଁଣିଆ ଚାଳଘର ଓ ଫଟା କାନ୍ଥ l ବର୍ଷା ହେଲେ ଘରେ ପଶିଯାଏ ପାଣି l କାନ୍ଥରୁ ଖସେ ଅତଡ଼ା ଅତଡ଼ା ମାଟି l ଘରପରିବାର କହିଲେ ରମା ନିଜେ ଓ ଦୁଇ ଝିଅ l ସ୍ୱାମୀଙ୍କର ଲିଭର ଦଣ୍ଡିସି ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି l ସେତେବେଳେ ଛୋଟ ଝିଅଙ୍କୁ ମାତ୍ର ଦେଢ଼ବର୍ଷ ହୋଇଥିଲା l ସ୍ୱାମୀଙ୍କ ବିୟୋଗରେ ପରିବାରର ବୋଝ ସମ୍ଭାଳିବା ତାଙ୍କ ପକ୍ଷରେ ବହୁତ କଷ୍ଟକର ହୋଇଥିଲା l ରୋଜଗାର କହିଲେ ବିଧବା ଭତ୍ତା ଓ ସ୍କୁଲରେ ରୋଷେଇରେ ସହାୟିକା ଭାବେ ଯେତିକି ମିଳେ ସେତିକିରେ ସଂସାରକୁ ଚଳାଇଥାନ୍ତି l ରମା ଗ୍ରାମବାସୀଙ୍କ ସହାୟତାରେ ବଡ଼ଝିଅକୁ ବାହା ଦେଇଛନ୍ତି l ରମା ଆଉ ଛୋଟ ଝିଅକୁ ସ୍କୁଲରେ ପଢ଼ାଇବା ପାଇଁ ମଧ୍ୟ ଗ୍ରାମର ଲୋକଙ୍କ ସହାୟତା ଲୋଡିଥାନ୍ତି l ଆଜିକାଲି ଏ ମହଙ୍ଗା ଯୁଗରେ କଣ ବା କରିବେ କହି କାନ୍ଦି ପକାଇଛନ୍ତି ରମା l ଘରର ଭରଣ ପୋଷଣ ସାଙ୍ଗକୁ ନିଜ ରୋଗର କଷ୍ଟ ଯେମିତି ବୋଝ ଉପରେ ନଳିତା ବିଡା l ଏବେ ଦେହ ଖରାପ ହୋଇ ମେଡିକାଲରେ ପଡି ଭଲ ହୋଇ ଆସିଛନ୍ତି l ହେଲେବି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନୁହନ୍ତି ରମା l ଘର ନ ଥିବାରୁ ଗାଁର କ୍ଲବ ଘରେ ଜୀବନ ବିତାଇ ବାକୁ ପଡିଥାଏ ରମାଙ୍କୁ l ବଡ଼ଝିଅ ଗାଁ ଲୋକଙ୍କ ସହାୟତାରେ ସିନା ବିବାହ କରି ପର ଘରକୁ ପଠାଇ ଦେଲେ l ହେଲେ ସାନଝିଅ ପାଇଁ କଣ କରିବେ ଘରନାହିଁ କିଏ ଜମା ପୁଞ୍ଜି ନାହିଁ କହି କହି ଆଖିରୁ ଲୁହ ଗାଡିଯାଉଛି ରମା ନାଥଙ୍କର ତାଙ୍କ ଦୁଃଖରେ ମଧ୍ୟ ଗ୍ରାମବାସୀଙ୍କ ଆଖିରୁ ଝରି ଯାଉଛି ଲୁହ l କୋହଭରା କଣ୍ଠରେ ପଡୋଶୀମାନେ ବଖାଣିଛନ୍ତି ତାଙ୍କର ଦୁଃଖ ଜୀବନକୁ ଆମ ପ୍ରତିନିଧିଙ୍କ ପାଖରେ ଓ ସେମାନଙ୍କର ଦାବି ରହିଛି ଯେ ରମାଙ୍କୁ ଏକ ଘର ସହ କିଛି ଆତ୍ମିକ ସହାୟତା ପ୍ରଦାନ କରାଗଲେ ସେମାନେ ବହୁତ ଉପକୃତ ଲାଭ କରିବେ l

Leave A Reply

Your email address will not be published.