ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନେକ ଦିନ ହେଲା ଗୁଣପୁରରେ ମୋବାଇଲ ଚୋରି ଘଟଣା ରଚାଉଥିବା ଦୁଇଜଣ ମୋବାଇଲ ଚୋର ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ଠାରୁ ତିନୋଟି ମୋବାଇଲ ସହ ଗୋଟିଏ ପଲସର ବାଇକ୍ ଉଦ୍ଧାର କରି ଜବତ କରିଛି। ଗିରଫ ଦୁଇଜଣ ହେଲେ ଗରୁଲୁ ମହେଶ (୨୪) ଓ ଗରଲୁ ରାଜୁ(୨୪) ଘର ଆନ୍ଧ୍ର ପାର୍ବତୀପୁର ର ତୁର୍କା ନାଇଡୁ ୱାଳସା ବୋଲି ଜଣାପଡିଛି। ମିଳିଥିବା ସୁଚନା ମୁତାବକ କିଛିମାସ ହେଲା ଗୁଣପୁର ପରିବା ବଜାରରେ ମୋବାଇଲ ଚୋର ସକ୍ରିୟ ଥିଲେ। ବୟସ୍କ ଲୋକମାନେ ପରିବା କିଣିବା ବେଳେ ପରିବା ବାଛିବା ଉପରେ ଅଧିକ ନଜର ଦେଇ ସେପଟକୁ ଧ୍ଯାନ ରଖିଥିବା ସମୟରେ ଯାହାର ଉପର ସାଟ ପକେଟରେ ମୋବାଇଲ ଥିବ ସେଭଳି ବ୍ଯକ୍ତିଙ୍କ ଉପରେ ନଜର ରଖି ମୋବାଇଲ ଟାଣିନେଇ ଚମ୍ପଟ ମାରୁଥିଲେ ଦୁର୍ବୁତ୍ତ ମାନେ। ଦିନେ ଦୁଇଦିନ ବ୍ଯବଧାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଚୋର କେହି ଧରା ପଡୁ ନଥିଲେ। ଏନେଇ ପୋଲିସର ଅନୁସନ୍ଧାନ ଜାରି ରହିଥିଲା।ତେବେ ଗତ ୬ ତାରିଖ ଦିନ ବାଇପାସ୍ ଛକ ରେ ପୋଲିସ ପେଟ୍ରୋଲିଂକରୁଥିବା ବେଳେ ଗୋଟିଏ ନମ୍ୱର୍ ବିହୀନ ବଜାଜ ପୋଲ୍ସର୍ ଗାଡ଼ି ରେ ଦୁଇଜଣ ଯାଉଥିବା ଦେଖି ପୋଲିସ ସନ୍ଧେହ କରି ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଗତ ୪ତାରିଖ ରେ ବାସୁଦେବ ରାଓ ଙ୍କ ଫୋନ ଚୋରି କରିଥିବା ସ୍ବୀକାର କରିବା ପରେ ତାଙ୍କୁ ଥାନା କେସ ନ ୨୦୧/୫/୯ /୨୦୨୪ ରେ ମାମଲା ରୁଜୁ କରି ଗିରଫ କରାଯାଇ କୋର୍ଟ କୁ ପଠାଇ ଦିଆଯାଇଛି ।