ଚଳିତ ମାସ ୧୪ ତାରିଖରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

3

ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୪ ସେପ୍ଟମ୍ବର ୨୦୨୪ ରେ ପାରାଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।
ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ , ବ୍ୟାଙ୍କ ରଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରି ସମ୍ବନ୍ଧୀୟ (ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ ।
ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ । ଦୀର୍ଘଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ । ସବିଶେଷ ବିବିରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ , ପାରାଳାଖେମୁଣ୍ଡି କିମ୍ବା ରା.ଉଦୟଗିରି ଓ ମୋହନା କୋର୍ଟ ପରିସରେ ଥିବା ତାଲୁକ ଆଇନ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.