ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରତିବାଦରେ ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ କୁଶପୁତ୍ତଳିକା ଦାହ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ସର୍ବବୃହତ୍ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ ପ୍ରତି ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ ତଥା ବୈମାତୃକ ମନୋଭାବ ପୋଷଣ କରିଆସୁଛି ବୋଲି ଅଭିଯୋଗ ବାଢ଼ିଛି ଜେଏମଏମ । ଏହି ପରିପ୍ରେକ୍ଷୀରେ ଜେଏମଏମ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ  ଆହ୍ୱାନ ଓ ଯୁବଛାତ୍ର ଶାଖା ସଭାପତି ସୌମ୍ୟ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଦଳର ଯୁବ ଛାତ୍ର ଶାଖା ପକ୍ଷରୁ ଡ଼ିସେମ୍ବର ୨୦ରୁ  ସପ୍ତାହ ବ୍ୟାପି   ଜିଲ୍ଲାର ୨୬ଟି ବ୍ଲକରେ ପର୍ଯ୍ୟାୟ କ୍ରମେ ଆନେ୍ଦାଳନ ଆରମ୍ଭ କରାଯାଇଛି । ଆଜିର ଦ୍ୱିତୀୟ ଦିନରେ ବାରିପଦା ବ୍ଲକର ଲକ୍ଷ୍ମୀପୋଷି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକମାନଙ୍କ କୁଶ ପୁତ୍ତଳିକାକୁ ଦାହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିତୁ ଶିବାନନ୍ଦ, ଓମ ପ୍ରକାଶ ଦାସ, ରବୀନ୍ଦ୍ର ସାହୁ, ମୋହନ ଥାପ୍ା, ଆଶିଷ ପାତ୍ର, ରୋହୀତ କୁମାର, ସୌମ୍ୟ ରଞ୍ଜନ ସାହୁ, ନିମାଇଁ ଘୋଷ, ଦେବବ୍ରତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଶାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ବିର୍ସାମୁଣ୍ଡା ଛକ ନିକଟରେ ଜିଲ୍ଲା ସାଧାରଣ ସମ୍ପାଦକ ମାନସ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶ ଓ  କୁଶପୁତ୍ତଳିକା ଦାହ  କାର୍ଯ୍ୟକ୍ରମରେ ବ୍ଲକରେ ଥିବା ଲୁଲୁଙ୍ଗ, ସୀତାକୁଣ୍ଡ ଆଦି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳିଗୁଡ଼ିକୁ ପର୍ଯ୍ୟଟକମାନଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରାଇବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ାର ପ୍ରସ୍ତୁତି, ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ଶିମିଳିପାଳ ଓ ଏହାର ପାଦ ଦେଶରେ ରହିଥିବା ଜଙ୍ଗଲଗୁଡ଼ିକର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଭିନ୍ନ ସମୟରେ ଏଥି ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଣଦେଖା ପ୍ରଦର୍ଶନ କରାଯାଇ ଆସୁଅଛି । ତେଣୁ  ଯୁବ ଛାତ୍ର ମୋର୍ଚ୍ଚା ଚଳାଇ ଆସୁଥିବା ଆନନେ୍ଦାଳନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶାମାଖୁଣ୍ଟା ବ୍ଲକ ସଭାପତି ତ୍ରିନାଥ ସିଂ, ବ୍ଲକ ଛାତ୍ର ସଭାପତି ଆଲୋକ ବେହେରା, ଅମରେଶ ସିଂ, ଭୂବନ ମୋହନ ସିଂ, ବିଜୁ ସିଂ, ରିକି ଖାନ, ଅମୀତ ବାରିକ, ପିଣ୍ଟୁ ସିଂ, ଶୁଭମ୍ ସିଂ, ବିକାଶ ସିଂ, ରୁଦ୍ର ନାରାୟଣ ମହାନ୍ତ, ବିଟୁ ବେହେରା, ଏକା ସିଂ, ଶମ୍ଭୁ ସିଂ, ଚନ୍ଦନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.