ଗୁରୁ ଦିବସ ଓ ଜିଲ୍ଲା ସ୍ତରୀୟ ଶିକ୍ଷା ପୁରସ୍କାର ଉତ୍ସଵ ଅନୁଷ୍ଠିତ ।

3

ବରଗଡ଼:- ସ୍ଥାନୀୟ ଜର୍ଜ ହାଇସ୍କୁଲ ଖେଳ ପଡିଆରେ ଗୁରୁ ଦିବସ ଓ ଜିଲ୍ଲା ସ୍ତରୀୟ ଶିକ୍ଷାପୁରସ୍କାର ପ୍ରଦାନ ଉତ୍ସଵ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପାଳ ଶ୍ରୀ ଆଦିତ୍ୟ ଗୋୟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ କୁମାର ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗ ଦେଇଥିଲେ। ଏହି ସଭାରେ ଏ ଡି ଏମ ଶ୍ରୀମତୀ ମଧୁ ଛନ୍ଦା ସାହୁ, ଶ୍ରୀ ଚୂଡ଼ାମଣି ସେଠ୍ ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ, ଏ ଡି ଇ ଓ ଶ୍ରୀ ଜ୍ୟୋତିକନ୍ତ ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ୍ ପଟ୍ଟନାୟକ ମଞ୍ଚା ସୀନ ଥିଲେ। ସଭା ଆରମ୍ଭରୁ ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ଵତୀ ଏବଂ ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ଶ୍ରୀ ବୁଲୁ ଶତପଥୀ ଗୁରୁବନ୍ଦନା ଗାନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ବରଗଡ଼ର ଛାତ୍ରୀ ମାନେ ଗାନ କରିଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀ ଗୋବିନ୍ଦ ସେଠ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ। ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଷ୍ଟେପ ଅପ୍ ୭ ର ଉଦ୍ଦେଶ୍ୟ ବିଷୟରେ ବିଶଦ ଭାବରେ ବୁଝାଇ ଥିଲେ ଓ ଏହା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହା ପରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଶିକ୍ଷା ପୁରସ୍କାର ଜିଲ୍ଲାସ୍ତରରେ ୧୧୩ ଟି ଓ ବ୍ଲକ୍ ସ୍ତରରେ ୧୨୨୫ ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ଗୋବିନ୍ଦ ସେଠ ଓ ସୁଶ୍ରୀ ସୋନାଲିକା ଶବରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରି ଶେଷରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଚ୍ଛିନ୍ଦ୍ର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.