ଖଇରା/ ବୁଲୁ ଲେଙ୍କା/ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସାରକୋଣା ଗାଁରେ ପୋଖରୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ହେଲେ ଗୌରାଙ୍ଗ ଦାସଙ୍କ ୨୮ବର୍ଷୀୟ ପୁଅ ରମେଶ ଦାସ।ରମେଶ ଆଜି ଗାଁର ଜୈନିକ ବ୍ୟକ୍ତିଙ୍କ ପୋଖରୀରେ ଚୂନ ପକାଉ ଥିଲେ।ଚୂନ ପକାଇସାରି ଗାଧୋଇବା ସମୟରେ ବୁଡିଯାଇଥିଲେ।ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରମେଶଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଯୁବକ ଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।
Sign in
Sign in
Recover your password.
A password will be e-mailed to you.