ଦୁଇ ଅନ୍ତର୍ଜାତୀୟ ଖେଳାଳି ଙ୍କୁ ଆଜି କାଶୀପୁର ନିଜ ଗାଁ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା ହେଇଯାଇଛି।

3

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ଦୁଇ ଯୁବକ ଅନ୍ତର୍ଜାତୀୟ କାବାଡି ଖେଳି ଦେଶ ପାଇଁ ସୁନାମ ଅର୍ଜନ କରିଥିବା ରୁ ବିଭିନ୍ନ ଗୋଷ୍ଟି ପକ୍ଷରୁ ଆଜି ବଡ଼ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏକଦା କାଶୀପୁର ଅଞ୍ଚଳ ପାହାଡ଼, ଜଙ୍ଗଲ ତଥା ଅନାହାର, ଝାଡ଼ାବାନ୍ତି ଭଳି ଦୁର୍ନାମ ଖବର ସାରା ବିଶ୍ୱକୁ ଶିଖର ରେ ରହିଆସୁଥିବା ବେଳେ ଏହି ଦୁଇଭାଇ ସପ୍ତମ ଭାରତ-ନେପାଲ ଅନ୍ତର୍ଜାତୀୟ ଚାମ୍ପିୟାନସିପ ୨୦୨୪ ରେ କାବାଡି ଖେଳ ରେ ଭାଗ ନେଇ କାଶୀପୁର ନାଁ କୁ ଆଜି ବିଶ୍ୱ ଦରବାରରେ ପରିଚିତ କରିବାରେ ସକ୍ଷମ ହେଇ ପ୍ରସଙ୍ଗସା ସାଉଁଟିଛନ୍ତି।

Imageଉକ୍ତ ଅନ୍ତର୍ଜାତୀୟ ଦୁଇ ଖେଳାଳି ହେଉଛନ୍ତି ନେପୁଲ୍ୟ ନାଏକ ଓ ଟଙ୍କଧର ନାଏକ ଉଭୟ କାଶୀପୁର ସଦର ମହକୁମା ହରିଜନ ସାହି ନିଵାସୀ ଘେନୁ ନାଏକ ପୁଅ ନାତି । ଘେନୁ ଙ୍କର ଦୁଇ ପୁଅ ପୁରନ୍ଦର ନାଏକ ଓ ଉମେଶ ନାଏକ ନାମ କୁ ମାତ୍ରଚାଷୀ ଉଭୟ ଭାଇ ସଂଘର୍ଷ ର ସହ ନିଜ ନିଜ ସନ୍ତାନ କୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ାଇବାରେ ସକ୍ଷମ ହେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏମାନଙ୍କୁ କାଶୀପୁର ଠାରେ ହିଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ । ବର୍ତ୍ତମାନ ଉଭୟ ରାୟଗଡା ରେ ରହି ନେପୁଲ୍ୟ ନାଏକ ଡିପ୍ଲୋମା ଇଞ୍ଜିନିୟର ଓ ଟଙ୍କଧର ନାଏକ ଯୁକ୍ତ ତିନି ରେ ଅଧ୍ୟନରତ । ତୁଳସୀ ଦୁଇପତ୍ର ରୁ ବାସେ ଏଭଳି ଦୃଷ୍ଟାନ୍ତ ରେ ଉଭୟ ଭାଇ ନିଜର ପ୍ରତିଭା ର ଯାତ୍ରା କୁ ପଲ୍ଲୀ ଠାରୁ ଦିଲ୍ଲୀ ପୁଣି ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ନେଇପାରିବା ରେ ସକ୍ଷମ ହେଇଛନ୍ତି । ଆଜି ପୂର୍ବାଂହ ରେ କାଶୀପୁର ନିଜ ଗାଁ ରେ ପହଂଚିବା ପରେ ସେମାନଙ୍କୁ ପୂର୍ବ ପ୍ରସ୍ତୁତି ପ୍ରକାରେ ଅଞ୍ଚଳ ର ବୁଦ୍ଧିଜୀବୀ, ଯୁବବର୍ଗ ,ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ଭାବେ ପ୍ରଥମେ ଗାଁ ର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିର ରେ ପୂଜାର୍ଚ୍ଚନା ଓ ଆଶୀର୍ବାଦ ପରେ ମନ୍ଦିର ଠାରୁ ଆଇଫାଦ ଛକ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟ, ନାଚ ସହ ବାଣ ଦ୍ୱାରା ପଟୁଆର ରେ ବାହାରି ଥିଲେ । ଏହି ସମୟରେ କାଶୀପୁର ତହସିଲଦାର ସୁନୀଲ ପ୍ରଧାନ ,କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ,ବିଜେଡି ଉପସଭାପତି ଅମିତ ନାଏକ , ସହ ହାଇସ୍କୁଲ ର ଛାତ୍ରଛାତ୍ରୀ/ଶିକ୍ଷକ ,ବ୍ଲକ କର୍ମଚାରୀ ବୁଦ୍ଧିଜୀବୀ ମାନେ ଫୁଲ ତଡା, ଫୁଲମାଳ ସହ ଉପର୍ଢୌକନ ଦେଇ ରାସ୍ତା ମଧ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.