ଭୁବନେଶ୍ୱର , ୦୩ /୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ପେଟ ଓ ଅନ୍ତନଳୀର ସମସ୍ୟା ସମ୍ପର୍କିତ ଏକ ସିଏମ୍ଇ ଆୟୋଜିତ ହୋଇଯାଇଛି । ହସ୍ପିଟାଲ୍ର ଆନାଟୋମି ବିଭାଗ ଓ ଆନାଟୋମିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏଏସ୍ଆଇ) ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଶନିବାର ଏହି ସିଏମ୍ଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜରୁ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ଆନାଟୋମି ବିଭାଗର ଫ୍ୟାକଲ୍ଟି, ପିଜି ଛାତ୍ରଛାତ୍ରୀ, ଗବେଷକ ଓ ଡାକ୍ତର ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ -୧ ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏଭଳି ସିଏମ୍ଇ ପ୍ରୋଗ୍ରାମ୍ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର ଓ ଡାକ୍ତର ବେଶ୍ ଉପକୃତ ହେବେ ।
ବର୍ତମାନ ସମୟରେ ଯୁବପିଢି ନୁହଁନ୍ତି ବରଂ ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ପେଟ ଓ ଅନ୍ତନଳୀର ସମସ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ବିଭିନ୍ନ ଲକ୍ଷଣ ଜାଣିବା ସହିତ କିପରି ଭାବରେ ଏହାକୁ ଚିକିତ୍ସା କରାଯାଇପାରିବ ସେ ନେଇ ପ୍ରଫେସର (ଡାକ୍ତର) ମିଶ୍ର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଏହି ରୋଗ ସମ୍ପର୍କରେ କିପରି ସଚେତନତା କରାଇବା ଓ ଉନ୍ନତମାନର ଚିକିତ୍ସା କ୍ଷେତ୍ରରେ ଜ୍ଞାନକୌଶଳକୁ ପ୍ରୟୋଗ କରି ସେମାନଙ୍କୁ ସେବା ପ୍ରଦାନ କରାଯାଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ ।
ସେହିପରି ଆନାଟୋମିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏଏସ୍ଆଇ) ଓଡିଶା ରାଜ୍ୟ ଶାଖାର ସଭାପତି ଅନ୍ୟତମ ଅତିଥି ଭାବେ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସାହୁ ଏବଂ ସଚିବ ଡାକ୍ତର ମନୋଜ କୁମାର ଦେହୁରୀ ଏହି ଦିବସର ‘ଗଟ୍ ଟୁ ମାଇଣ୍ଡ ଆଣ୍ଡ ଇରିଟେବଲ୍ ବାୱେଲ୍ ସିଣ୍ଡେ୍ରାମ୍’ (ଆଇବିଏସ୍) ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଏହାର ଲକ୍ଷଣ ସହ ଏହା ସହିତ ସଂପୃକ୍ତ ବିଭିନ୍ନ ବିଷୟବସ୍ତୁକୁ ନେଇ ବିଶେଷଜ୍ଞମାନେ ଆଲୋଚନା କରିଥିଲେ ।
ଏହା ସାଧାରଣ ପାଚନତନ୍ତ୍ର ସଂପର୍କିତ ସମସ୍ୟା । ଏଥିରେ ପେଟ ଯନ୍ତ୍ରଣା, ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ବି ଏଥିରେ ଜଡିତ ହୋଇଥାଏ । ଏହାକୁ ଦୂରେଇବାକୁ ହେଲେ ପ୍ରତିଦିନ ବ୍ୟାୟାମ କରିବା ମାନସିକ, ଶାରୀରିକ ସ୍ତରରେ ନିଜକୁ କିପରି ସୁସ୍ଥ ରଖିବ ସେ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଯୋଗ ଦେଇଥିବା ଆନାଟୋମି ବିଭାଗର ସିନିୟର ପ୍ରଫେସର ଓ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ଆନାଟୋମି ବିଭାଗର ମୁଖ୍ୟ ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର (ଡାକ୍ତର) ସୀତାଂଶୁ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ‘ଗଟ୍ ଟୁ ମାଇଣ୍ଡ’ ଆଣ୍ଡ ଇରିଟେବଲ୍ ବାଉଲ୍ ସିଣ୍ଡେ୍ରାମ୍ ପ୍ରସଙ୍ଗ ବିଷୟବସ୍ତୁ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବାବେଳେ ପ୍ରଫେସର (ଡାକ୍ତର) ଶୌର୍ଯ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଭିନ୍ନ ବୈଜ୍ଞାନିକ ଆଲୋଚନା ଚକ୍ର, ପିଜି ଛାତ୍ରଛାତୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ବିଭିନ୍ନ ବିଭାଗର ପ୍ରଫେସର, ଫ୍ୟାକଲ୍ଟି, ଡାକ୍ତର ଓ ପିଜି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post