ଏସଆଇଆର -୨୦୨୬ ପରବର୍ତ୍ତୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଫର୍ମ-୬ ଆବେଦନରେ ନିୟମାବଳୀର ସରଳୀକରଣ।

9

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ,ଗଜପତି ପ୍ରେସ ବିଜ୍ଞପ୍ତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ କାର୍ଯ୍ୟାଳୟର ତା ୦୩.୧୦.୨୦୨୬ ରିଖର ନିର୍ଦ୍ଦେଶ ଅନୁସାରେ ଏସଆଇଆର -୨୦୨୬ ପରବର୍ତ୍ତୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଫର୍ମ-୬ ଆବେଦନରେ ନିୟମାବଳୀର ସରଳୀକରଣ।
ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ , ମୁଖ୍ୟ ନିର୍ବାଚନ ଅଧିକାରୀ (ସି ଇ ଓ), ଓଡ଼ିଶାଙ୍କ କାର୍ଯ୍ୟାଳୟରୁ ତା ୦୩.୧୦.୨୦୨୬ ରିଖରେ ପ୍ରାପ୍ତ ନିର୍ଦ୍ଦେଶାନୁସାରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟନାଗରିକଙ୍କୁ ଭୋଟର ତାଲିକାରେ ନାମ ସାମିଲ କରିବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।
୨୦୦୨ ମସିହା ଭୋଟର ତାଲିକା ତଥ୍ୟ ଦାଖଲରୁ ଛାଡ଼ ,ଏସଆଇଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ।
ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ କିମ୍ବା ଅତିରିକ୍ତ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ନାହିଁ। ଭାରତ ନିର୍ବାଚନ ଆୟୋଗ ( ଇ ସି ଆଇ) ଏହି ଅତିରିକ୍ତ ଘୋଷଣାନାମାକୁ ଫର୍ମ-୬ ରୁ ହଟାଇ ଦେଇଛନ୍ତି।
ଯାଞ୍ଚ ପ୍ରକ୍ରିୟା ବାଧ୍ୟତାମୂଳକ କେବଳ ଫର୍ମ-୬ ଦାଖଲ କରିବା ଦ୍ୱାରା ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ।
ଗଜପତି ଜିଲ୍ଲାର ନିର୍ବାଚନ କର୍ତ୍ତୃପକ୍ଷ (ଇ ଆର ଓ / ଏ ଇ ଆର ଓ / ବି ଏଲ୍ ଓ) ଆବେଦନରେ ଦିଆଯାଇଥିବା ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକର ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ସମ୍ପାଦନ କରିବେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆଇନ ଓ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ନାଗରିକମାନେ ଆବେଦନ କରିବାର ମାଧ୍ୟମ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ୍ କିମ୍ବା ଭୋଟର ସର୍ଭିସେସ ପୋର୍ଟାଲ ମାଧ୍ୟମରେ, କିମ୍ବା ଅଫଲାଇନ୍ ମାଧ୍ୟମରେ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (ବି ଏଲ୍ ଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ କାର୍ଯ୍ୟାଳୟ(ଏ ଇ ଆର ଓ) ଫର୍ମ-୬ ଦାଖଲ କରି ଭୋଟର ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।
ଏକ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ଯୋଗ୍ୟନାଗରିକଙ୍କୁ ଗଣତନ୍ତ୍ରରେ ଭାଗିଦାରୀ କରିବାର ସୁଯୋଗ ଦେବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.