ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପ୍ରଥମ ବୈଠକର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାର ଲୋକ କଳା , ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ଓ ଜିଲ୍ଲାର ପଞ୍ଜୀକୃତ ଅନୁଷ୍ଠାନ ଗୁଡ଼ିକୁ ବାର୍ଷିକ ଥରେ ମାତ୍ର ଆର୍ଥିକ ସହଯୋଗ ପାଇବା ,ଆର୍ଥିକ ସହାୟତା ରାଶି, ସଂସ୍କୃତି ଭବନ ନିର୍ମାଣ ଓ ଗଜପତି ଉତ୍ସବ ପାଳନ ବିଷୟରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରଯାଇଥିଲା।
ସେହିପରି ଜିଲ୍ଲାରେ ହଜି ଯାଉଥିବା ଲୋକ କଳା ତଥା ପାଇକ ଆଖଡ଼ା , ଭାରତ ଲୀଳା , ପ୍ରହଲ୍ଲାଦ ନାଟକ , ସଖି ନାଟକ , କୃଷ୍ଣ ଲୀଳା ଓ ଦାସକାଠିଆ ଇତ୍ୟାଦି ବିଭିନ୍ନ ଲୋକ କଳା ଓ ସଂସ୍କୃତିର ପୁନରୁଦ୍ଧାର କିପରି କରାଯାଇପାରିବ ସେ ସଂପର୍କରେ ମଧ୍ଯ ଆଲୋଚନା କରାଯାଇଛି। ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମସ୍ତଙ୍କୁ ସ୍ଵାଗତ ପ୍ରଦାନ କରିବା ସହିତ ସଂସ୍କୃତି ବିଭାଗର ପ୍ରଥମ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ଓ ସମ୍ୟକ ସୂଚନା ପ୍ରଦାନ କରିଥିଲେ।
ଏହି ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ , ସଦସ୍ୟାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ଗୁରୁ ରଘୁନାଥ ପାତ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ , ଶ୍ରୀ ରାଜେନ୍ଦ୍ର କୁମାର ରଥ , ଶ୍ରୀ ମନୋଜ ପାଢୀ , ଶ୍ରୀ ଆଦର୍ଶ ଦାଶ ଓ ଶ୍ରୀ ଗଣେଷ କୁମାର ରାଜୁ ସମେତ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.