ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କୁଲୁସିଂ ଗ୍ରାମ ପଞ୍ଚାୟତର କାଦାସି ଗାଁରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୧୧ଟି ଗ୍ରାମର ଲୋକମାନେ, ଯଥା, କାଦାସି, ସିନ୍ଦ୍ରିଙ୍ଗ, ଗୁଡାସିନ, ଜୁମ୍ବୁଡାଲ, କୁମ୍ବାରିସିଂ, ବାବୁରସିଂ, ପିଗ୍ନାପୁର, ତାଲଗୁଡା, ସିଙ୍ଗାନଗୁଡା, କୁମ୍ବାବା, ଟୁବୁରଡାର 316 ଲୋକ ଉପସ୍ଥିତ ଥିଲେ। ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସରପଞ୍ଚ , ସମିତି ସଭ୍ୟ , ମଧ୍ୟ ଉପସ୍ଥିତ ଥିଲେ। ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ 05 ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 20 ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ 03 ଜଣଙ୍କ ଆଧାର ପଞ୍ଜିକରଣ ଏବଂ 24 ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ବେଳେ ଟିବି ପରୀକ୍ଷାରେ ଗୋଟିଏ ଆକ୍ଟିଭ୍ କେସ୍ ନ ଥିବା ଜଣାପଡ଼ିଛି ଏଥିସହିତ, ସୁଭଦ୍ରା ଯୋଜନାର 148ଟି ଆବେଦନ ଫର୍ମ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ଗ୍ରାମ ତରଙ୍ଗ ପକ୍ଷରୁ 58ଟି ଆବେଦନ ଗ୍ରହଣ କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ସୁର୍ଜ୍ୟକାନ୍ତ ନାୟକ, ପ୍ରୋଜେକ୍ଟ୍ ମ୍ୟାନେଜର୍ ଦୁର୍ଜ୍ୟଧନ ନାୟକ ଟୀମ୍ ଲିଡର ଏବଂ ଗଣେଶ ସ୍ରିଗାମ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।