ଜାପାନ ଅଡିଓ ସୋସାଇଟି ଦ୍ୱାରା ହାଇ-ରେସ୍ ପ୍ରମାଣପତ୍ର ପାଇବାରେ ପ୍ରଥମ ଭାରତୀୟ ବ୍ରାଣ୍ଡ୍ ମିଭି ଉନ୍ମୋଚନ କଲା ସୁପରପଡ୍ସ୍ ଓପେରା
ହାଇଦରାବାଦ: ଏକ ଅଗ୍ରଣୀ ଓୟାରଲେସ୍ ଅଡିଓ ସଲ୍ୟୁସନ୍ସ ନବୋନ୍ମେଷକାରୀ ମିଭି (ଏମ୍ଆଇଭିଆଇ) ଆନନ୍ଦର ସହିତ ଏହାର ଅଧୁନାତମ ଟ୍ରୁ ଓୟାଲେସ୍ ଷ୍ଟେରିଓ (ଟିଡବ୍ଲ୍ୟୁଏସ୍) ଇୟରବଡ୍ସ୍ ଓପେରା ଉନ୍ମୋଚନ ସମ୍ପର୍କରେ ଘୋଷଣା କରିଛି, ଯାହା ସୁପରପଡ୍ସ୍ ସିରିଜର ତୃତୀୟ ପିଢି ଏବଂ ଏହା ହାଇ-ଫିଡେଲିଟି ସାଉଣ୍ଡ୍ ନିମନ୍ତେ ଏକ ମାଇଲଖୁଂଟ ସ୍ଥାପନ କରୁଛି। ସୁପରପଡ୍ସ୍ ଓପେରା ମିଭି ଭଳି ବ୍ରାଣ୍ଡ୍ ପାଇଁ ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି ଯାହା ପ୍ରଥମ ଭାରତୀୟ ବ୍ରାଣ୍ଡ୍ ଭାବରେ ଜାପାନ ଅଡିଓ ସୋସାଇଟି ଦ୍ୱାରା ହାଇ-ରେସ୍ ଓୟାରଲେସ୍ ଅଡିଓ ନିମନ୍ତେ ପ୍ରମାଣପତ୍ର ହାସଲ କରିଛି।
ସୁପରପଡ୍ସ୍ ଓପେରା ସିରିଜ୍ ଏକ ଅତୁଳନୀୟ ଅଡିଓ ଅନୁଭୂତି ପ୍ରଦାନ ନିମନ୍ତେ ଡିଜାଇନ କରାଯାଇଛି, ଏବଂ ଏଥିପାଇଁ ସର୍ବାଧୁନିକ ବୈଶିଷ୍ଟ୍ୟ ଓ ପ୍ରଯୁକ୍ତିକୁ ଧନ୍ୟବାଦ ଦେବାକୁ ତେହବ। ଇୟରବଡ୍ସ୍ ହାଇ-ରେସ୍ ଓୟାରଲେସ୍ ଅଡିଓ ସାମର୍ଥ୍ୟ ରଖୁଛି, ତାହାସହିତ ଏଥିରେ ଏଲ୍ଡିଏସି ବ୍ଲୁଟୁଥ କୋଡେକ ରହିଛି, ଓପେରା ସିରିଜ୍ ଅଡିଓର ମାନ ଉପରେ ସାଲିସ ନକରି ହାଇ-ରେସ୍ ଓୟାରଲେସ୍ ଅଡିଓର ନିରବଚ୍ଛିନ୍ନ ପ୍ରବାହକୁ ସୁନିଶ୍ଚିତ କରୁଛି।
ସୁପରପଡ୍ସ୍ ଓପରୋ ସିରିଜ୍ର ପ୍ରମୁଖ ବୈଶିଷ୍ଟ୍ୟାବଳୀସୂମହ:
– ହାଇ-ରେସ୍ ଓୟାରଲେସ୍ ଅଡିଓ: ଅନନ୍ୟ ମ୍ୟୁଜିକ ଅନୁଭୂତି ପାଇବା ପାଇଁ ଉନ୍ନତତର ବିସ୍ତୃତ ବ୍ୟବସ୍ଥା ଏବଂ ଟେକ୍ସଚର ସହିତ ଏକ ଅଧିକ ଟ୍ରୁ-ଟୁ-ଲାଇଫ ଅଡିଓ।
– ଏଲ୍ଡିଏସି: ଅଡିଓ ମାନରେ ସେଭଳି କ୍ଷତି ବିନା ହାଇ-ରେସ୍ ଅଡିଓର ଉଚ୍ଚ ମାନର ଓୟାରଲେସ୍ ଅଡିଓ ପ୍ରବାହ ଉପଭୋଗ କରନ୍ତୁ;
– ସ୍ପାଟିଆଲ ଅଡିଓ ଓ ୩ଡି ସାଉଣ୍ଡଷ୍ଟେଜ: ସ୍ପାଟିଆଲ୍ ଅଡିଓ ସହିତ ଏକ ସରାଉଣ୍ଡ ସାଉଣ୍ଡ ଅନୁଭୂତିରେ ନିଜକୁ ଅନ୍ତର୍ନିବିଷ୍ଟ କରନ୍ତୁ ଏବଂ ୩ଡି ସାଉଣ୍ଡଷ୍ଟେଜ ସହିତ ପ୍ରତ୍ୟେକଟି ବାଦ୍ୟଯନ୍ତ୍ର ସ୍ପଷ୍ଟ ଭାବରେ ଶ୍ରବଣ କରନ୍ତୁ।
– ଲଙ୍ଗ୍ ବ୍ୟାଟେରୀ ଲାଇଫ: ଥରେ ଚାର୍ଜରେ ସମ୍ମିଶ୍ରିତ ପ୍ଲେଟାଇମ୍ର ୬୦ ଘଂଟା ପର୍ଯ୍ୟନ୍ତ ଉପଭୋଗ କରନ୍ତୁ।
– ମିଭି ଅଡିଓ ଆପ୍: ଆପଣଙ୍କର ଆବଶ୍ୟକତ ଓ ପସନ୍ଦ ଅନୁଯାୟୀ ମିଭି ଅଡିଓ ଆପ୍ ଜରିଆରେ ଆପଣଙ୍କର ସୁପରପଡ୍ସ୍ ଓପେରା ଇୟର ବଡ୍ସ୍କୁ କଷ୍ଟମାଇଜ କରନ୍ତୁ।
– ବ୍ଲୁ ଟୁଥ୍ ଭି୫.୪: ସର୍ବାଧୁନ୍ଖଳ ବ୍ଲୁଟୁଥ୍ ସଂସ୍କରଣ ସହିତ ସ୍ଥିର ଏବଂ ଭରସାଯୋଗ୍ୟ ଓୟାରଲେସ୍ ସଂଯୋଗୀକରଣରୁ ଫାଇଦା ଉଠାନ୍ତୁ ଏବଂ ୧୦ ମିଟର ପର୍ଯ୍ୟନ୍ତ ବିନା କ୍ଷତିରେ ଅଡିଓ ଉପଭୋଗ କରନ୍ତୁ।
– ମଲ୍ଟି-ଡିଭାଇସ୍ କନେକ୍ସିଭିଟି: ନିରଳସ ମଲ୍ଟି-ଟାସ୍କିଂ ପାଇଁ ସମାନ୍ତରାଳରେ ଦୁଇଟି ଡିଭାଇସ୍ ସଂଯୁକ୍ତ କରନ୍ତୁ।
“ଆମେ ସଂଗୀତପ୍ରେମୀଙ୍କ ପାଇଁ ଓପେରା ସହିତ ଅତୁଳନୀୟ ଓୟାରଲେସ୍ ଅଡିଓ ଅନୁଭୂତି ଆଣି ରୋମାଂଚିତ ଅନୁଭବ କରୁଛୁ”, ବୋଲି ମିଧୁଲା ଦେବଭାକ୍ଟୁନି, ସିଇଓ, ମିଭି କହିଛନ୍ତି। ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ ହୋଇଛି କାରଣ ଆମେ ପ୍ରଥମ ବ୍ରାଣ୍ଡ୍ ଭାବରେ ହାଇ-ରେସ୍ ଓୟାରଲେସ୍ ଅଡିଓ ନିମନ୍ତେ ଜାପାନ ଅଡିଓ ସୋସାଇଟି ନିକଟରୁ ପ୍ରମାଣପତ୍ର ହାସଲ କରିଛୁ। ଅନ୍ୟ କୋ÷ଣସି ଭାରତୀୟ ବ୍ରାଣ୍ଡ୍ ଏହା ଏପର୍ଯ୍ୟନ୍ତ ପାଇବାରେ ସମର୍ଥ ହୋଇନାହାନ୍ତି। ନବସୃଜନ ଏବଂ ଗୁଣବତା ନିମନ୍ତେ ଆମର ପ୍ରତିବଦ୍ଧତାର ପରିଣତିସ୍ୱରୂପ ଏହି ଉତ୍ପାଦ ପ୍ରସ୍ତୁତ ହୋଇଛି ଯାହା ଓୟାରଲେସ୍ ସାଉଣ୍ଡ୍ର ପରିସୀମା ସଞ୍ଜ୍ଞା ପୁନଃ ନିର୍ଦ୍ଧାରଣ କରୁଛି।
ମିଭିର ସୁପରପଡ୍ସ୍ ଓପେରା ସିରିଜ୍ ନବସୃଜନ ଏବଂ ଅତୁଳନୀୟ ଅଡିଓ ଉତ୍ପାଦ ଯୋଗାଇଦେବା ନିମନ୍ତେ ବ୍ରାଣ୍ଡ୍ର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ଏହାର ପ୍ରଭାବୀ ବୈଶିଷ୍ଟ୍ୟାବଳୀ ଏବଂ ଉନ୍ନତତର ସାଉଣ୍ଡ ମାନ ଯୋଗୁଁଁ ଓପେରା ସିରିଜ୍ ଆମେ ସଂଗୀତକୁ ଉପଭୋଗ କରିବାର ଅନୁଭୂତି ସଞ୍ଜ୍ଞା ପୁନଃ ନିର୍ଦ୍ଧାରଣ କରିବାକୁ ଯାଉଛି।
ସୁପରପଡ୍ସ୍ ଓପେରା ସହିତ ଅଡିଓର ଭବିଷ୍ୟତର ଅନୁଭୂତି ପାଆନ୍ତୁ ଯାହା ସମ୍ପ୍ରତି କ୍ରୟ କରିବା ନିମନ୍ତେ ଫ୍ଲିପକାର୍ଟ, ମିଭିର ଆନୁଷ୍ଠାନ୍ଖଳ ୱେବ୍ସାଇଟ୍ ଏବଂ ବଛା ବଛା ଅଫ୍ଲାଇନ ରିଟେଲରଙ୍କ ନିକଟରେ ଯଥାକ୍ରମେ ୨୧୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି।