ସ୍ୱଭାବ କବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

3

ସୋନପୁର,୩।୯ଶାସକ ପ୍ରଶାସକ,(ପ୍ରକାଶ ହାତୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପାଂଚାୟତ ହାଇସ୍କୁଲ, ମାୟାବର୍ହା ପ୍ରାଙ୍ଗଣରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗଙ୍ଗାଧରଙ୍କ ଅମର ଲେଖନୀରୁ ଝରି ପଡିଥିବା କାବ୍ୟକବିତା ଗୁଡିକ ଓଡିଆ ସାହିତ୍ୟର ହୃଦସ୍ପନ୍ଦନ ବୋଲି ମୁଖ୍ୟତିଥି ଭାବରେ ଯୋଗଦେଇଥିବା ସତଲମା ହାଇୟର ସେକେଣ୍ଡ୍ୟାରୀ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ ବକ୍ତବ୍ୟ ପ୍ରଦାନକରିଥିଲେ । ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ କୃତୀ ଏବଂ ଅବଦାନ ଯୁଗେ ଯୁଗେ ସମାଜକୁ ପ୍ରେରଣା ଦେଇଥାଏ ବୋଲି ଶ୍ରୀପଧାନ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ଶିିକ୍ଷକ ଦିନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତରଭା ବାଳିକା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ସାହୁ, ମାୟାବର୍ହା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ, ମାୟାବର୍ହା ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ମୌନାବତୀ ଜାଲ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଦଶମ ଶ୍ରେଣୀର ଅର୍ଚ୍ଚିତା ପଧାନ କାର୍ଯ୍ୟକ୍ରମକୁ ସଂଯୋଜନ କରିଥିବା ବେଳେ ଜନନୀକା ନାଏକ, ଲିପସା ଯୁଆଡି, ପ୍ରୀତି ଖର୍ସେଲ, ପୂଜା, ଅନ୍ତରା, ଝରଣା, ପୂଜା, ସଂଗୀତା, ଅନୁପମା ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଦଶମ ଶ୍ରେଣୀର ଛାତ୍ର କ୍ରୀସ ପ୍ରସାଦ କବି ଗଙ୍ଗାଧରଙ୍କ ଜିବନୀ ଓ ସାହତ୍ୟ ସଂପର୍କିତ ତଥ୍ୟ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ଗଛ ଗୁଡିକୁ ନିଜର ଭାଇ ଭାବନାରେ ଛାତ୍ରୀମାନେ ସ୍ନହର ଡୋରି ରାଖି ରେ ବାନ୍ଧିଥିଲେ । ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଅତିଥି ବୃନ୍ଦଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ କନ୍ଦାଗାଡ ହାଇସ୍କୁଲର ଶିକ୍ଷକ ସଂପଦ ଖମାରୀ, ମାୟାବର୍ହାର ସଂଜୀବ ପୂଜାରୀ, ଅବିନାଶ ମହାପାତ୍ର, ରାଜଲକ୍ଷ୍ମୀ ସାହାଦେଓ, ତୋଷମତୀ ସେଠ, କିରଣ କୁମାର ପୁଟେଲ, ମୀନକେତନ ଦାଶ, ବିଭିଷଣ ଖମାରୀ, ସୁରଜ, ଗୋପାଳ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.