ଲାଞ୍ଜିଆସୈାରା ଅଞ୍ଚଳରୁ ପ୍ରଥମ ଡାକ୍ତର ଛାତ୍ର

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜଣେ ବଣ୍ଡା ଛାତ୍ର ଡାକ୍ତର ପାଠ ପଢିବା ପାଇଁ ନିଟ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡିଶାରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତମାନ ପୁଣି ବିରଳ ଜନଜାତି ଲାଞ୍ଜିଆସୈାରା ଅଞ୍ଚଳର ଜଣେ ଛାତ୍ର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି।ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଗୁଣୁପୁର ବ୍ଲକ ପୁଟାସିଂ ଅଞ୍ଚଳରେ ଲାଞ୍ଜିଆସୈାରା ଜନଜାତି ପରିବାର ବସବାସ କରନ୍ତି। ଦିନ ଥିଲା ଏହି ଲାଞ୍ଜିଆସୈାରା ଅଞ୍ଚଳରେ ବିକାଶ ପହଞ୍ଚି ପାରୁନଥିଲା। ଯେଉଁଠି ବର୍ତମାନ ସୁଦ୍ଧା ନେଟ୍ ର ସଠିକ୍ ବ୍ୟବସ୍ଥା ନାହିଁ ଆଜି ସେହି ଲାଞ୍ଜିଆସୈାରା ଅଞ୍ଚଳର ଜଣେ ଜନଜାତି ଛାତ୍ର ଡାକ୍ତରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ପାଇଛନ୍ତି।ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ। ଯୁକ୍ତ ୨ ପରେ ନିଟ୍ ପରୀକ୍ଷା ଦେଇଥିଲେ ନବସ ଶବର। ଅଲ୍ ଇଣ୍ଡିଆ ରାଙ୍କ୍‌ ନଂ ୨୧୪ ୪୦୮ ରହିଥିବା ବେଳେ ଓଡିଶା ରାଙ୍କ୍‌ ୩୮୨୪ ରହିଛି। ଆଦିବାସୀ କୋଟାରୁ ୫୩ ରାଙ୍କ୍‌ ରଖି ବୁର୍ଲା ଭୀମସାର୍‌ ମେଡିକାଲ କଲେଜରେ ଜଏନ କରିଛନ୍ତି। ଏଥିପାଇଁ ପରିବାରର ବାପା ମାଆ ଓ ଦାଦା ଖୁଡିଙ୍କ ବହୁତ ରହିଛି ଅବଦାନ। ବାପା ମାଆଙ୍କ ପରିଶ୍ରମ ଦେଖି ବଡ ଲୋକ ହେବାର ସ୍ବପ୍ନ ଥିଲା। ପ୍ରତ୍ୟେକ ଦିନ ୧୦ ଘଣ୍ଟା ପରିଶ୍ରମ କରି ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି। ଲାଞ୍ଜିଆସୈାର ଅଞ୍ଚଳର ପ୍ରଥମ ଛାତ୍ର ଡାକ୍ତରି ପାଠ ପଢିବା ପାଇଁ ସଫଳତାର ଶୀର୍ଷରେ ପହଞ୍ଚିଥିବାରୁ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି।

 

Leave A Reply

Your email address will not be published.