ପୋଡା ପାଢ଼ୀ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ଓ ଉତ୍କଳ ଆଲୁମିନା କମ୍ପାନୀ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ –ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ର ବିଭିନ୍ନ ସ୍ଥାନରେ ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ହେଇଯାଇଛି । ତେବେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ର ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜକୁ ୪ ବର୍ଷ ହେବ ଓଡିଶା ଡ୍ରାଇଭର ମହାସଂଘ ର ସମସ୍ତ ଡ୍ରାଇଭର ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଭାବେ ପାଳନ କରାଜଉଛି। ତେବେ ସେହିପରି ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ପୋଡ଼ା ପାଢ଼ି ପଞ୍ଚାୟତ ରେ ଏକ ନିଆରା ଢଙ୍ଗରେ ଡ୍ରାଇଭର ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। ସେପ୍ଟେମ୍ବର ୧ ତାରିଖରେ ପୋଡ଼ା ପାଢ଼ି ପଞ୍ଚାୟତ ବା ବାଙ୍କାମ୍ବ ଓ ନକଟି ଗୁଡା ପଞ୍ଚାୟତ ର ପାଖାପାଖି ୨ ଶହ ରୁ ଉର୍ଦ୍ଧ୍ବ ଡ୍ରାଇଭର ଏହି ଡ୍ରାଇଭର ଦିବସ ରେ ପୋଡାପାଢ଼ି ପଞ୍ଚାୟତ ର ଶିବମନ୍ଦିର ରେ କୃଷ୍ଣ ଚୁଡ଼ା, ଅଁଳା, ଆମ୍ବ, ପଣସ,ପରି ବିଭିନ୍ନ ଚାରା ରୋପଣ କରି ଡ୍ରାଇଭର ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। ତେବେ ଏହି କାର୍ଯ୍ୟକ୍ରମରେ ପୋଡ଼ା ପାଢି ପଞ୍ଚାୟତ ର ଡ୍ରାଇଭର ସଂଘ ର ସଭାପତି ଅଜୟ ମହାନ୍ତି,ନକଟି ଗୁଡା ପଞ୍ଚାୟତ ଖବର ସଂହ ମାଝୀ, ବାକାମ୍ବ ପଞ୍ଚାୟତ ର ସଭାପତି ମିଥୁନ ସାହୁଙ୍କ ଉପସ୍ଥିତ ରେ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍ଗରଡା ଫରେଷ୍ଟର ଗୋୖତମ କୁମାର ପଣ୍ଡା, ଲେଲିଗୁମା ଫରେଷ୍ଟର ଏରକେନା ସବର, ଝରଣା ପ୍ରଧାନୀ ଷ୍ଟାପ୍, ଥିବାବେଳେ। ପଢ଼ା ପାଢ଼ି ପଞ୍ଚାୟତ ନଅଟି ଗୁଡ଼ା ଓ ବାଁ କାମ୍ବ ପଞ୍ଚାୟତ ର ୨୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ଉପସ୍ଥିତ ଥିବାବେଳେ । ସେହିପରି ଉତ୍କଳ ଆଲୁମିନା କମ୍ପାନୀ ଡ୍ରାଇଭର ସଂଘ ପକ୍ଷରୁ ମଧ୍ୟ ଉତ୍କଳ ଆଲୁମିନା ଡ୍ରାଇଭର ରେଷ୍ଟ ସେଡ୍ ଠାରେ ଡ୍ରାଇଭର ଦିବସ ପାଳନ ହେଇଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.