ଗଠନ ହେଲା ଗୁଣପୁର ଷ୍ପଟ୍ସ ଏସୋସିଏସନ: ନଭେମ୍ବର ରେ ତୃତୀୟ ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସହରର ଖେଳାଳି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ କ୍ରିଡା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରାଯିବା ସହ ଏହାର ସମାଧାନ କିପରି କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଖେଳର ବିକାଶ ପାଇଁ ସହରରେ ଆଉଏକ ଖେଳ ପଡିଆର ଆବଶ୍ୟକତା ସମ୍ପର୍କରେ ଅନେକ ମତ ଦେଇଥିଲେ। ଶେଷରେ ଯୁବ ଓ ବରିଷ୍ଠ ଖେଳାଳି ମାନଙ୍କୁ ନେଇ ଗୁଣପୁର ଷ୍ପଟ୍ସ ଏସୋସିଏସନ ଗଠିତ ହୋଇଥିଲା। ଏହି ଏସୋସେସନ ର ସଭାପତି ଭାବେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ସାଧାରଣ ସମ୍ପାଦକ ଭାବେ ଏସ.ବାବା ପ୍ରଶାଦ, ଉପ ସଭାପତି ଭାବେ ମିଲି ପାଢି, କାର୍ଯ୍ଯକାରି ସଭାପତି ଭାବେ କିରଣ ପାଣିଗ୍ରାହୀ, କୋଶାଧ୍ଯକ୍ଷ ଭାବେ ରାମ ପଣ୍ଡା, ଯୁଗ୍ମ ସମ୍ପାଦକ ଭାବେ ପ୍ରମୋଦ ଦାସ, ସନ୍ଦିପ ପାଣିଗ୍ରାହୀ, ରାଜା ତେନାଲି, ଅଂଶୁମାନ ପଟ୍ଟନାୟକ, ଶିବାନନ୍ଦ ଗୌଡଙ୍କୁ ଚୟନ କରାଯାଇ ଥିଲା। ଆବାହକ ଭାବେ ଇପିଲି ସାବରିସ ଙ୍କ ନା ଘୋଷଣା ହୋଇଥିଲା। ଏହା ବାଦ୍ ବରିଷ୍ଠ ମାନଙ୍କୁ ନେଇ ଏକ ଉପଦେଷ୍ଟା କମିଟି ସହ ସକ୍ରିୟ ଖେଳାଳି ମାନଙ୍କ ମଧ୍ୟରୁ ପରିଚାଳନା ସଦଶ୍ଯ ଚୟନ କରା ହୋଇଥିଲା। ଏହି ଏସୋସିଏସନ ଦ୍ବାରା ଚଳିତ ବର୍ଷ ତୃତୀୟ ଥର ପାଇଁ ଗୁଣପୁର ପ୍ରିମିୟର୍ ଲିଗ୍ (ଜିପିଏଲ) ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। କିରଣ ପାଣିଗ୍ରାହୀ ଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ନଭେମ୍ବର ଦ୍ବିତୀୟ ସପ୍ତାହରେ ଜିପିଏଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ୬ଟି ଟିମ୍ ଭାଗନେବେ ବୋଲି ଜଣାପଡିଛି। ଏହି ଅବସରରେ ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ପରିଚାଳନା କମିଟି ଗଠନ କରାଯାଇଛି। ସପନ ଦାସଙ୍କ ସଂଯୋଜନା କ୍ରମେ ଆଜି ଅନୁଷ୍ଠିତ ବୈଠକରେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ସମାଜସେବୀ ଅକ୍ଷୟ ଦାସ, ଓ୍ବାଇ ଗଣପତି ମଞ୍ଚାସିନ ରହି ଖେଳ ସଙ୍ଗଠକ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ଆଇନଜିବୀ ରମେଶ ଲିମା, ଉମା ଦାସ, ମୁନା ପାଣି, ସଂଜୀବ ପଟନାୟକ, କୁନା ପଟ୍ଟନାୟକ, ଅମର ସାହୁ, ଗଜା ପାଳ, ଅଜିତ ପଣ୍ଡା, ମୁନା ପାଢି ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.