ମହିଳାଙ୍କ ନାମରେ ୧୦ କୋଟିର ଠକେଇ ଅଭିଯୋଗ, ବାଣପୁର ଥାନାରେ ମାମଲା.

4

ବାଣପୁର (ସେକ କୌସର ):ବିଷ୍ନୁପ୍ରିୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ୧୦ କୋଟିର ଠକେଇ ଅଭିଯୋଗରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।ଅଭିଯୋଗ ମୁତାବକ ମହିଳା ଜଣକ ନୀଳାଦ୍ରି ଓ ଦାମିଆ ଗ୍ରାମ ପଞ୍ଚାୟତର ୩୦୦ ମହିଳାଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଚଳୁ କରିଦେଇଛି।ଅଭିଯୁକ୍ତା ବିଷ୍ନୁପ୍ରିୟା ଉକ୍ତ ପଞ୍ଚାୟତର ଅଶିକ୍ଷିତ ମହିଳା ମାନଙ୍କୁ ଠାବ କରି ତାଙ୍କ ନାମରେ ଲୋନ କରିଦେବାକୁ କହି ଜଣ ପିଛା ୫୦୦୦୦ ଲେଖାଏଁ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଣ କରି ଲୋନକାରୀଙ୍କୁ ମାତ୍ର ୫୦୦୦ ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ଚତୁରତାର ସହିତ ମୁଁ ସୁଝିବାକୁ କହି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଲୋନଧାରୀମାନଙ୍କୁ ସୁଝିବାକୁ କହିବାରୁ ଆଜି ସନ୍ଧ୍ୟାରେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା ଥାନାକୁ ଆସି ଅଭିଯୋଗ କରିଥିଲେ।ଥାନା ଅଧିକାରୀ ୪୨୦ ଦଫାରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.