ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟରେ ପୋୖର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ – ୨୦୨୪ ପାଳିତ ହୋଇଯାଇଛି।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ସକାଳୁ ସହରର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ପୌର ପରିଷଦରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ
ପୌରାଧ୍ୟକ୍ଷା ନିର୍ମଳା ସେଠୀ ପୁଷ୍ପମାଲ୍ୟାର୍ପଣ କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରିଥିଲେ। ପରେ ପୌରାଧ୍ୟକ୍ଷା ନିର୍ମଳା ସେଠୀଙ୍କ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ପରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ପଟ୍ଟନାୟକ ଜନ ସାଧାରଣଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୋୖର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁଙ୍କ ସମେତ ମ୍ୟୁନିସିପାଲଟି ଇଂଜିନିୟର , କର୍ମଚାରୀ ବୃନ୍ଦ , କାଉନସିଲର , ସ୍ୱଚ୍ଛସାଥି , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post